ମନୋରଞ୍ଜନ ରାଜ୍ୟ

ରୁଦ୍ରାଣୀର ସୁଟିଂ ଶେଷ

ଝିଲିକ‌୍ ମୋସନ୍‌ ପିକଚର୍ସର‌‌ ପ୍ରଥମ ଅବଦାନ ‘ରୁଦ୍ରାଣୀ’ର ସୁଟିଂ ଶେଷ ପରେ କ୍ୟାମ୍ପ ଫାୟାର‌୍ ଭୁବନେଶ୍ୱର ପଟିଆସ୍ଥିତ ଲା-ଲନ୍ ଗାର୍ଡେନଠାରେ ଅନୁଷ୍ଠିତ ହୋଇଯାଇଅଛି। ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ଝିଲିକ୍ କ୍ୟାମ୍ପ ଫାୟାର୍‌ରେ ଭାବବିହ୍ୱଳ ହୋଇ ସ୍ପଟ୍‌ବୟରୁ ଆରମ୍ଭ କରି ନିର୍ଦ୍ଦେଶକ ପର୍ଯ୍ୟନ୍ତ ସମସ୍ତଙ୍କର ସହଯୋଗକୁ ପ୍ରଶଂସା କରିଥିଲେ। ବହୁଦିନ ପରେ କୌଣସି ଏକ ଓଡ଼ିଆ ଚଳଚ୍ଚିତ୍ରରେ ସ୍ବତନ୍ତ୍ର ଆୟୋଜନ କରାଯାଇ ସମସ୍ତଙ୍କ କାର୍ଯ୍ୟକୁ ଧନ୍ୟବାଦ ଦେଇଥିବାରୁ ଅଭିନେତ୍ରୀ ଝିଲିକ୍‌ଙ୍କୁ ପ୍ରଯୋଜକ ଟୁଟୁ ନାୟକ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମୂରଲୀ କ୍ରିଷ୍ଣା, କ୍ୟାମେରା ମ୍ୟାନ୍ ଇଶ୍ବର ବାରିକ, ଅଭିନେତା ମଣ୍ଟୁ, ଲୋହିତାକ୍ଷ, ଶକ୍ତି ବରାଳ, ବାପିବାବୁ, ବିକି ମିଶ୍ର, ଧରିତ୍ରୀ, ଶୁଭଙ୍କରୀ, ପ୍ରଡକ୍ସନ ମ୍ୟାନେଜର ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ। ଚଳଚ୍ଚିତ୍ର ଅତିଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଦିଆଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ