ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ପ୍ରେମିକାକୁ ଦେଖା କରିବା ମହଙ୍ଗା ପଡ଼ିଲା; କୂଅରେ ଖସି ପଡ଼ିଲା ପ୍ରେମିକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପ୍ରେମିକାଙ୍କୁ ଦେଖା କରିବାକୁ ଯାଇ ଗଭୀର କୂଅରେ ଖସି ପଡ଼ିଥିଲେ ପ୍ରେମିକ। ଚିତ୍କାର ଶୁଣି ଉକ୍ତ ସ୍ଥାନ ଦେଇ ଯାଉଥିବା ପୁଲିସ କୂଅ ଭିତରୁ ଉକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲା। । ଉଦ୍ଧାର ପରେ କିଛି ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣକ ସୁସ୍ଥ ଅଛନ୍ତି।

ଉତ୍ତର ପ୍ରଦେଶର ଲକ୍ଷ୍ନୌର ବିଜନୋରରେ ବସବାସ କରୁଥିବା ଜଣେ ଯୁବକ ଗତ ରବିବାର ରାତିରେ ନିଜ ପ୍ରେମିକାଙ୍କୁ ଦେଖା କରିବାକୁ ମାତୀଗାଁଓ ଯାଇଥିଲେ। ରାତି ହୋଇଯାଇଥିବାରୁ ସେ ଯେଉଁ ରାସ୍ତା ଦେଇ ‌ଯାଉଥିଲେ ସେଠାରେ ଏକ ଗଭୀର କୂଅ ଥିବା ଜାଣି ନଥିଲେ। ଫଳରେ ପ୍ରେମିକ କୂଅ ଭିତରେ ଗଳି ପଡିଥିଲେ । ଏହାପରେ ସେ ଜୋରରେ ପାଟି କରିଥିଲେ ।

ଏହି ସମୟରେ ସେହି ରାସ୍ତାରେ ପାଟ୍ରୋଲିଂ କରୁଥିବା ପୁଲିସ ଉକ୍ତ ଯୁବକଙ୍କ ପାଟି ଶୁଣିଥିଲା। ଏହାପରେ ଛାନଭିନ୍ ଆରମ୍ଭ କରିଥିଲା । କୂଅ ଭିତରୁ ଶବ୍ଦ ଆସୁଥିବା ପୁଲିସ ଜାଣିବା ପରେ ଖୋଜାଖୋଜି ଆରମ୍ଭ କରିଥିଲା । ପୁଲିସ ଗାଁ ଲୋକଙ୍କ ସାହାଯ୍ୟରେ ପ୍ରେମିକଙ୍କୁ କୂଅରୁ ଉଦ୍ଧାର କରିଥିଲା ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ