ରାଜ୍ୟ ସ୍ୱାସ୍ଥ୍ୟ

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ନିଆଁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି । ଡାଏଲେସିସ୍ ରୁମ୍ ରେ ଅଗ୍ନିକାଣ୍ଡ ଯୋଗୁୁଁ ରୋଗୀ ଅସ୍ତବ୍ୟସ୍ତ ହୋଇଛନ୍ତି । ଧୁଆଁ ଭିତରେ ଅସ୍ତବ୍ୟସ୍ତ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ନିଆଁ ଲିଭାଇବାକୁ ଅଗ୍ନିଶମ ଗାଡ଼ି ପହଞ୍ଚିନଥିବା ବେଳେ କର୍ମଚାରୀଙ୍କ ଦ୍ୱାରା ନିଆଁ ଲିଭାଇବାକୁ ଉଦ୍ୟମ କରାଯାଉଛି । ଡାଏଲେସିସ୍ ରୁମ୍ ରୁ ୧୧ ଜଣ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । କୌଣସି ରୋଗୀଙ୍କର କ୍ଷତି ହୋଇନାହିଁ, ସମସ୍ତେ ଠିକ୍ ଅଛନ୍ତି ବୋଲି କର୍ମଚାରୀ ମାନେ ସୂଚନା ଦେଇଛନ୍ତି । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ବେଳେ ଡାକ୍ତର ଓ କର୍ମଚାରୀ ମାନେ ମିଶି ନିଆଁକୁ ଲିଭାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ