ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆକ୍ରାନ୍ତ କମୁଛନ୍ତି, ମୃତ୍ୟୁସଂଖ୍ୟା ବଢ଼ୁଛି; କଟକଣା କୋହଳ ସମ୍ଭାବନା କମ୍‌

ଭୁବନେଶ୍ୱର : କରୋନାର ତୃତୀୟ ଲହରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଏହି ସଂଖ୍ୟା ୧୦ ତଳେ ରହୁଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ୨୦ ନିକଟତର ହୋଇଛି। ଓମିକ୍ରନ୍ ଜନିତ ତୃତୀୟ ଲହରରେ ୯୭ପ୍ରତିଶତ ପର୍ଯ୍ୟନ୍ତ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଏବେ ବି ଡେଲ୍‌ଟାର ପ୍ରଭାବ କମି ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବ‌ାରେ ଲାଗିଛି।

ରବିବାର ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ୧୯ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହୋଇଛି। ଯାହାକି ବର୍ତ୍ତମାନ ସୁଦ୍ଧା ଚଳିତ ବର୍ଷର ସର୍ବାଧିକ ମୃତ୍ୟୁ। ଏଥିରେ ୧ ଓ ୩ବର୍ଷର ଦୁଇଜଣ ଶିଶୁ ରହିଛନ୍ତି। ମୃତକଙ୍କ ମଧ୍ୟରୁ ଖୋର୍ଧାରୁ ସର୍ବାଧିକ ୫, ଗଞ୍ଜାମ ୩, ଅନୁଗୁଳ, ନବରଙ୍ଗପୁରରୁ ୨ ଲେଖାଏଁ, ଭଦ୍ରକ, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୮୫୯୪କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ମଧ୍ୟ ଦୈନିକ ସଂକ୍ରମଣ ୪ହଜାର ଉପରେ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୮୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ୭.୫୮ ପ୍ରତିଶତକୁ ଖସି ଆସିଛି। ଖୋର୍ଧା ୧୦୨୩, ସୁନ୍ଦରଗଡ଼ ୭୩୫, କଟକ ୩୭୯, ନୟାଗଡ଼ ୧୯୪, ବାଲେଶ୍ବର ୧୫୨, ଯାଜପୁର ୧୬୬, କଳାହାଣ୍ଡି ୧୫୮, ନୂଆପଡ଼ା ୧୬୬, ମୟୂରଭଞ୍ଜ ୧୫୨, ନବରଙ୍ଗପୁର ୧୩୭, ସମ୍ବଲପୁର ୧୨୮ ଓ ଷ୍ଟେଟ୍‌ ପୁଲରୁ ୧୮୮ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୪୫ହଜାର ୯୧୧ରେ ପହଞ୍ଚିଛି। ରାଜ୍ୟରେ ଆଜି ୯୧୯୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୩,୮୯୯କୁ ଖସି ଆସିଛି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୧ଲକ୍ଷ ୯୩ହଜାର ୩୬୫କୁ ବୃଦ୍ଧି ପାଇଛି।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ବି ରାଜ୍ୟରେ ଟିପିଆର୍‌ ୭.୭% ରହିଛି। ହେଲେ ଲୋକଙ୍କ ମଧ୍ୟରେ କରୋନାକୁ ନେଇ ଭୟ ନାହିଁ କି କଟକଣାକୁ କଡ଼ାକଡ଼ି ପାଳନ ନକଲେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେଣୁ ଫେବ୍ରୁଆରି ମାସରେ କୋଭିଡ କଟକଣା କୋହଳ ହେବ ନା ଯାହା ଅଛି ତାହା ଜାରି ରହିବ ସେନେଇ କିଛି ସ୍ପଷ୍ଟ ଚିତ୍ର ମିଳୁନି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ସାମାଜିକ ଓ ଧାର୍ମିକ ସମା‌ବେଶ ଉପରେ ଲାଗିଥିବା କଟକଣା ବଳବତ୍ତର ରହିବ। ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ଯାହା କଟକଣା ଲାଗିଛି ତାହା ଜାରି ରହିପାରେ। ସାଂସ୍କୃତିକ ସମାବେଶ, ମେଲୋଡି, ଯାତ୍ରା, ଅପେରା, ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ, ସାଂସ୍କୃତିକ ପ୍ରତିଯୋଗିତା, ଡ୍ରାମା, ଖୋଲା ମଞ୍ଚ ନାଟକ, ନୁକଡ ନାଟକ, ପଥପ୍ରାନ୍ତ ନାଟକ ଆଦି ପାଇଁ ବର୍ତ୍ତମାନ ଅନୁମତି ମିଳିପାରେ। ହେଲେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯେମିତି କଟକଣା‌ ଲାଗିଛି ତାହା ପୂର୍ବପରି ଜାରି ରହିବ।

ସେହିପରି ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଏବେ ରାତି ୯ଟାରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ଲାଗୁଥିବା ବେଳେ ଏହାକୁ ରାତି ୧୦ଟା ପର୍ଯ୍ୟନ୍ତ କୋହଳ କରାଯାଇପାରେ। ବିଭିନ୍ନ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ଏବଂ ବିଭିନ୍ନ ଅନୁଷ୍ଠାନର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉପରେ ରୋକ୍ ଲାଗିଥିବା ବେଳେ ଏହାକୁ ହଟାଯାଇପାରେ। ବଣଭୋଜି ଉପରେ ରୋକ୍ ଲାଗିଥିବାବେଳେ ଏହାକୁ ହଟାଇବାକୁ ଏବେ ଲୋକମାନେ ଦାବି କରୁଥିବାରୁ ସରକାର ଏହାକୁ ହଟାଇପାରନ୍ତି ବୋଲି କୁହାଯାଉଛି। ହେଲେ ରାଜନୈତିକ ସମାବେଶ, ନିର୍ବାଚନୀ ପ୍ରଚାର ଆଦି ଉପରେ ଯେଉଁ କଟକଣା ଲାଗିଛି ତାହାକୁ ଉଠାଯିବନି ବୋଲି ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ