କରୋନା କାଳରେ ଟିକା ହିଁ ଏକମାତ୍ର ଅସ୍ତ୍ର ସାଜିଛି । ବିଶ୍ୱର ପ୍ରତିଟି ଦେଶ କରୋନା ମହାମାରୀ ବିରୋଧୀ ଲଢେଇରେ କୋଭିଡ ଟିକାକୁ ଅର୍ନିବାର୍ଯ୍ୟ କରିଛନ୍ତି । ହେଲେ କାନାଡାରେ ଏହାର ବିପରିତ ଦେଖିବାକୁ ମିଳିଛି । ଏଠାରେ ପ୍ରଧାନମନ୍ତ୍ରୀ କରୋନା ଟିକାକୁ ବାଧ୍ୟତାମୂଳକ କରିବା ପରେ ଦେଶବାସୀ ଏହାକୁ ଏତେ ତୀବ୍ର ବିରୋଧ କରିଛନ୍ତି ଶେଷରେ ପରିବାର ସହ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ ।
ସୂଚନା ମୁତାବକ ଟିକାକରଣକୁ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ ବାଧ୍ୟତାମୂଳକ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲୋକମାନେ ଜୋରଦାର ପ୍ରଦର୍ଶନ କରିଛନ୍ତି । ଏନେଇ ଜଷ୍ଟିନ୍ ଟ୍ରୁଡ୍ୟୁ ଭୟଭିତ ହୋଇ ପରିବାର ସହ କୌଣସି ଗୁପ୍ତ ସ୍ଥାନକୁ ଚାଲିଯାଇଥିବା କୁହାଯାଉଛି । ମୁଖ୍ୟତଃ ଜଷ୍ଟିନ୍ ଟ୍ରୁଡ୍ୟୁ ସରକାର ଆମେରିକା ସୀମା ପାର କରିବା ପାଇଁ ଟ୍ରକ୍ ଡ୍ରାଇଭରଙ୍କୁ ଟିକା ନେଇଥିବା ବାଧ୍ୟତାମୂଳକ କରିଥିଲେ । ଏହାକୁ ନେଇ ପ୍ରଥମେ ଡ୍ରାଇଭରମାନେ ଆନ୍ଦୋଳନ ଆରମ୍ଭ କରିଥିଲେ ।
ପ୍ରଦର୍ଶନ କରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି କି କରୋନା କଟକଣା ନାମରେ ସରକାର ଏକଛତ୍ରବାଦ ଶାସନ ଚଳାଇଛନ୍ତି । ଶନିବାର ଦିନ ରାଜଧାନୀରେ ପ୍ରଦର୍ଶନ କରୁଥିବା ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ପ୍ରଦର୍ଶନକାରୀମାନେ କହିଛନ୍ତି କି ଟିକା ନେବାକୁ ବାଧ୍ୟତାମୂଳକ କରିବା ସ୍ୱାସ୍ଥ୍ୟ ସହ କୌଣସି ସଂପର୍କ ନାହିଁ । ବରଂ ଏହାଦ୍ୱାରା ସରକାର ବିଭିନ୍ନ ଜିନିଷ ଉପରେ ନିଜୟ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରିଛନ୍ତି । ଆନ୍ଦୋଳନ ବେଳେ ୫୦ ହଜାର ଟ୍ରକ ଚାଳକ ପୂୂରା ରାଜଧାନୀକୁ ଘେରି ଯାଇଥିଲେ ।
ବଢୁଥିବା ବିରୋଧ ମଧ୍ୟରେ ହିଂସାର ଆଶଂକା କରି ପୋଲିସ ହାଇ ଆଲର୍ଟ ଜାରି କରିଛି । ପୋଲିସ ଅଧିକାରୀଙ୍କ ତରଫରୁ ଜାରି କରାଯାଇଥିବା ବୟାନ ମୁତାବକ ଶନିବାର ଦିନ ୧୦ ହଜାର ପ୍ରଦର୍ଶନକାରୀ ସଂସଦ ନିକଟରେ ପହଂଚିଥିଲେ । ହେଲେ ସଂସଦ ପରିସରରେ କେତେ ପ୍ରଦର୍ଶନକାରୀ ମହଜୁତ ରହିଛନ୍ତି ସେନେଇ ପୋଲିସ କୌଣସି ସୂଚନା ଦେଇନାହିଁ ।
କହିରଖୁ କି ଏହା ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ ଏକ ବିବାଦୀୟ ବୟାନ ଦେଇ ଟ୍ରକ ଚାଳକଙ୍କୁ ଚେତାବନୀ ଦେଇଥିଲେ । ସେ କହିଥିଲେ କି କଟକଣାର ମହତ୍ୱ ରଖୁନଥିବା ଟ୍ରକ ଚାଳକଙ୍କୁ ଅଳ୍ପ ସଂଖ୍ୟାକ କାଟାଗୋରୀରେ ସାମିଲ କରିଦିଆଯିବ । ଏହି ବୟାନ ପରେ ତେଜି ଉଠିଥିଲେ ଟ୍ରକ ଚାଳକ ଓ ଯାହାର ପରିଣାମ ସ୍ୱରୂପ ଏବେ ଜଷ୍ଟିନ୍ ଟ୍ରୁଡ୍ୟୁଙ୍କୁ ସପରିବାର ସହ ଆତ୍ମ ଗୋପନ କରିବାକୁ ପଡିଛି ।