ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନେତାଜୀନଗର ପ୍ରାଥମିକ ବିଦ୍ୟାଳୟରେ ଅସାମାଜିକଙ୍କ ଆଡ଼ା, ମିଶ୍ରଣ ପ୍ରକ୍ରିୟାରେ ସ୍କୁଲ୍‌ରେ ପଡ଼ିଛି ତାଲା

କଟକ: ପ୍ରଥମେ ପ୍ରଥମେ ୪/୫ଜଣ ବସାଉଠା କରୁଥିଲେ। କରୋନା ଲକ୍‌ଡାଉନ୍‌ଠାରୁ ସଂଖ୍ୟା ବଢ଼ିବାକୁ ଲାଗିଲା। ଏବେ ଏହି ସଂଖ୍ୟା ବଢ଼ି ୪୦/୫୦ ଛୁଇଁଲାଣି। ପ୍ରଥମେ କମ୍ ସମୟ ପାଇଁ ଖଟି ଚାଲୁଥିବା ବେଳେ ‌ଏବେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି ଖଟି। ତାସଖେଳ, ନିଶାସେବନ ସହ ଅନୈତିକ କାର୍ଯ୍ୟ ବି ଚାଲୁଛି। ଏ ହେଉଛି ପଞ୍ଚମୁଖୀ ହନୁମାନ ମନ୍ଦିର ପାଖ ନେତାଜୀନଗର ପ୍ରକଳ୍ପ ବିଦ୍ୟାଳୟର ସାଂପ୍ରତିକ ସ୍ଥିତି। ସ୍ଥାନୀୟ ଲୋକଙ୍କ ସାମ୍‌ନାରେ ଏହା ଘଟୁଥିଲେ ବି କେହି ସାହାସ କରି ପାଟି ଖୋଲୁ ନାହାନ୍ତି। ଆଉ ପୁଲିସ୍ ନାଇଟ୍ ପାଟ୍ରୋଲିଂ କରିବା ବେଳେ ଖଟି କରୁଥିବା ଯୁବକମାନେ ଅନ୍ଧାରରେ କାଠଯୋଡ଼ି ନଦୀ ଶଯ୍ୟାକୁ ଦୌଡି ପଳାଇ ଯାଉଥିବାରୁ ପୁଲିସ୍ ଫେରିଯାଉଥିବା ସ୍ଥାନୀୟ ଲୋକ କହିଛନ୍ତି। ସଂପୃକ୍ତ ବିଦ୍ୟାଳୟର ତିନି ପାର୍ଶ୍ବରେ ଜନବସତି ଥିବାରୁ ଲୋକେ ଭୟରେ ରହୁଥିବା ସୂଚନା ମିଳିଛି। ନେତାଜୀନଗର ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ କମ୍ ଥିବାରୁ ସରକାର ଏହାକୁ ଖାନନଗର ନୋଡାଲ ହାଇସ୍କୁଲ ସହିତ ମିଶାଇ ଦେଲେ।

ତିନି ବର୍ଷ ହେଲା ଏହି ବିଦ୍ୟାଳୟ ବନ୍ଦ ହେବା ସାଙ୍ଗକୁ କରୋନା ଲକ୍ ଡାଉନ୍ ହେଲା। ଏହି ସୁଯୋଗରେ କିଛି ଯୁବକ ପ୍ରଥମେ ଏଠାରେ ବସାଉଠା କଲେ। ସେଠାରେ ନିଶା ସେବନ ବି ଆରମ୍ଭ କଲେ। ପରେ ପରେ ପ୍ରଥମେ ଯେଉଁମାନେ ବସୁଥିଲେ, ସହରର ବିଭିନ୍ନ ସ୍ଥାନରୁ ସେମାନଙ୍କ ସହଯୋଗୀମାନେ ସେମାନଙ୍କ ସହ ସାମିଲ ହେଲେ। ଅପରାହ୍‌ଣରେ ମାତ୍ର ଅଳ୍ପ କେଇ ଘଣ୍ଟା ପାଇଁ ଚାଲୁଥିବା ଖଟି ଏବେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଛି। ସଂପୃକ୍ତ ବିଦ୍ୟାଳୟର ସମ୍ମୁଖ ତଥା ରାସ୍ତା କଡ଼ରେ ସ୍ଥାନୀୟ ଲୋକ କାର, ଅଟୋ ଆଦି ପାର୍କିଂ କରୁଥିବାରୁ ପଛ ପାଖରେ ଆଡା ଜମାଇବା ସୁରକ୍ଷିତ ହେଉଛି। ଅନେକ ସମୟରେ ଉଚ୍ଚ ସ୍ବରରେ ଗାଳିଗୁଲଜ କରିବା, ଅନ୍ଧାରର ସୁଯୋଗ ନେଇ ନିଶାସେବନ, ଅନୈତିକ କାର୍ଯ୍ୟ କରିବା, ସ୍କୁଲ ଘର ଭାଙ୍ଗି ଘର ଭିତରେ ରହିବା ଆଦି କାର୍ଯ୍ୟ ଚାଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି। କିଛି ଲୋକ ଏ ସଂକ୍ରାନ୍ତରେ ନିଜ ନାମ ଗୋପନ ରଖି ପୁଲିସ୍‌କୁ ମଧ୍ୟ ସୂଚନା ଦେଇଥିଲେ। ପିସିଆର୍‌ ଭ୍ୟାନ୍ ଏହି ସ୍ଥାନକୁ ଦୁଇ ତିନି ଥର ଆସିଥିଲେ ମଧ୍ୟ ଜଣକୁ ବି ଧରିବାକୁ ସଫଳ ହୋଇ ନଥିଲା। ତେଣୁ ସେମାନେ ବିନା ଦ୍ବିଧାରେ ଆସର ଜମାଉଥିବା ଜଣାପଡ଼ିଛି। ଜନବସତି ଅଞ୍ଚଳ ହୋଇଥିବାରୁ ଏଭଳି ଅସାମାଜିକ ଆଡା ହଟାଇବାକୁ ପୁଲିସ ଦୃଢ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି