ଦେଶ ବିଦେଶ ମନୋରଞ୍ଜନ

ୟଶ୍‌ ରାଜ ଫିଲ୍ମରେ ଏକାଠି ନଜର ଆସିବେ ଶାହାରୁଖ, ସଲମାନ, ହ୍ରିତିକ୍‌ ! ଦର୍ଶକଙ୍କୁ ମିଳିବ ‘ଆଡଭେଞ୍ଜର ଏଣ୍ଡଗେମ୍‌’ ଭଳି ଅନୁଭୁତି

ନୂଆଦିଲ୍ଲୀ ୩୦।୦୧ : ବଲିଉଡ୍‌ର ସବୁଠାରୁ ଲୋପ୍ରିୟ ଅଭିନେତା ସଲମାନ , ଶାହାରୁଖ ଏବଂ ଡ୍ୟାନ୍ସ-ଅଭିନୟରେ ସମସ୍ତଙ୍କୁ ମତୁଆଲା କରିଥାନ୍ତି ହ୍ରିତିକ୍‌ । ଏମାନଙ୍କ ଫ୍ୟାନ୍ସ ଫଲୋର୍ସମାନେ ଖୁବ୍‌ ଅଧିକ । ‘ପଠାନ’ ରେ ଶାହାରୁଖ ଖାନ୍ ଙ୍କ ଭୂମିକା, ‘ଟାଇଗର’ ରେ ସଲମାନ ଖାନଙ୍କ ଭୂମିକା ଏବଂ ହ୍ରିତିକ ରୋଶନଙ୍କର ‘କବୀର’ ଭୂମିକାକୁ ଏକାଠି ଦେଖିବାକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ । ଏହାରି ମଧ୍ୟରେ ଅନୁମାନ କରାଯାଉଛି ଯେ ହ୍ରିତିକ ରୋଶନ ‘ପଠାନ’ କିମ୍ବା ‘ଟାଇଗର-୩’ ରେ ନଜର ଆସିପାରନ୍ତି । ଏହା ମଧ୍ୟ ସ୍ପଷ୍ଟ ଯେ ଶାହାରୁଖ ଖାନ ‘ଟାଇଗର-୩’ରେ କ୍ୟାମିଓ କରିବେ ସେହିଭଳି ସଲମାନ ମଧ୍ୟ ଫିଲ୍ମ ‘ପଠାନ’ରେ ନଜର ଆସିବେ । ହେଲେ ମିଡିଆ ରିପୋର୍ଟ ଅନୁଯାୟୀ ହ୍ରିତିକ୍ ‘ୱାର-୨’ ପରେ ଏହି ପ୍ରୋଜେକ୍ଟରେ ଯୋଗଦେବେ ବୋଲି କୁହାଯାଉଛି ।

ରିପୋର୍ଟ ଅନୁଯାୟୀ ‘ପଠାନ’, ‘ଟାଇଗର-୩’ ର ସ୍କ୍ରିପ୍ଟ ଅନୁଯାୟୀ ହ୍ରିତିକଙ୍କ ଚରିତ୍ର ‘ପଠାନ’ କିମ୍ବା ‘ଟାଇଗର-୩’ ରେ ନଜର ଆସିବେ ନାହିଁ । କିନ୍ତୁ ଆଦିତ୍ୟ ଚୋପ୍ରା ଏଭଳି ଭାବରେ ନିଜର ଜାସୁସି ଫ୍ରାଞ୍ଚାଇଜି ତିଆରି କରୁଛନ୍ତି ଯାହାଦ୍ୱାରା ୩ ଚରିତ୍ର ଏକାଠି ନଜର ଆସି ପାରିବେ । କିନ୍ତୁ ଏହା କେବଳ ‘ୱାର-୨’ ପରେ ସମ୍ଭବ ହୋଇପାରିବ ଏଥିପାଇଁ ପ୍ରଥମରୁ ଯୋଜନା ମଧ୍ୟ ରହିଆସିଛି ।

କ୍ୟାଟ୍ରିନା କୈଫ୍ ଏବଂ ଦୀପିକା ପାଦୁକୋଣଙ୍କ ପରି ବଲିଉଡ ଅଭିନେତ୍ରୀ ସଲମାନ ଏବଂ ଶାହାରୁଖଙ୍କ ସହ କାମ କରୁଥିବା ଆଦିତ୍ୟ ଚୋପ୍ରାଙ୍କ ଜାସୁସି ଫ୍ରାଞ୍ଚାଇଜିର ଫିଲ୍ମ ଗୁଡ଼ିକ ଅତ୍ୟନ୍ତ ରୋମାଞ୍ଚକର ହୋଇପାରେ ବୋଲି କୁହାଯାଉଛି । ସୂତରୁ ଜଣାପଡ଼ିଛି ଯେ ୟଶ ରାଜ ଫିଲ୍ମ ଦର୍ଶକଙ୍କୁ ବିଶେଷ ଉପହାର ଦେବାକୁ ଚାହୁଁଛି । ଯେଉଁଥିରେ ଭାରତୀୟ ସିନେମାର ଇତିହାସରେ ତିନି ବଡ଼ ସୁପରଷ୍ଟାର ଏକାଠି ନଜର ଆସିବେ । ଏହା ଉପରେ ଏବେ କାମ ଚାଲୁ ରହିଛି । ଏଥିପାଇଁ ଦର୍ଶକମାନେ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଉଛି। ଏହା ମଧ୍ୟ କୁହାଯାଉଛି ଯେ ଆଦିତ୍ୟ ଚୋପ୍ରାଙ୍କୁ ଭାବିଛନ୍ତି ଯେ ଏହି ତିନି ଜାସୁସ ଚରିତ୍ରର ଅନସ୍କ୍ରିନରେ ଦର୍ଶକଙ୍କୁ ‘ଆଭେଞ୍ଜର ଏଣ୍ଡଗେମ୍’ ର ଭଳି ଅନୁଭୂତି ମିଳିବ । ତେଣୁ ଏଥିପାଇଁ ଦର୍ଶକଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ