ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ଦେଶର ଆଉ ଏକ କିର୍ତ୍ତୀମାନ, ୭୫ ପ୍ରତିଶତ ବୟସ୍କଙ୍କୁ ଦିଆଗଲାଣି ଟିକା

୨ ବର୍ଷ ହେବ ଦେଶ କରୋନା ବିରୋଧରେ ଲଢେଇ ଜାରି ରଖିଛି । ଏହି କ୍ରମରେ କରୋନା ବିରୋଧୀ ଲଢେଇରେ ଟିକା ସାଜିଛି ମୁଖ୍ୟ ଅସ୍ତ୍ର, ତେଣୁ ସରକାର ଦେଶରେ ଟିକାକରଣ ଅଭିଯାନକୁ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିଆ କହିଛନ୍ତି ଦେଶର ୭୫ ପ୍ରତିଶତ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆ ସରିଛି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କିରବା ସହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶରେ ୭୫ ପ୍ରତିଶତ ବୟସ୍କ ଲୋକଙ୍କୁ ଟିକାର ଉଭୟ ଖୋରାକ ଦିଆଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ସୂଚନା ମୁତାବକ ଦେଶରେ ଏପର୍ଯ୍ୟନ୍ତ ମୋଟ ୧,୬୫,୭୦,୬୦,୬୯୨ ଡୋଜ ଟିକା ଦିଆଯାଇଛି । ଏନେଇ ଖୁସିବ୍ୟକ୍ତ କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି ସରକାର ସବକା ସାଥ୍, ସବକା ବିକାଶ ଓ ସବକା ପ୍ରୟାସ ଫଳରେ ଦେଶବାସୀଙ୍କୁ ଏତେ ପରିମାଣର ଟିକା ଦେବାକୁ ସକ୍ଷମ ହୋଇଛି କେନ୍ଦ୍ର ସରକାର ।

ଅନ୍ୟପଟେ କହିରଖୁ କି, ଦେଶରେ ଗତ ୨୪ ଘଂଟା ମଧ୍ୟରେ ୨,୩୪,୨୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଗତ ୨୪ ଘଂଟାରେ କରୋନା ସଂକ୍ରମଣରେ ୮୯୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତ ଆକ୍ଟିଭ ମାମଲା ୧୮,୮୪,୯୩୭ ରେ ପହଂଚିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ