ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

୬୦୦ ରୋଲ୍ସ ରଏସ, ୩୦୦ ଫରାରୀ ଗାଡ଼ି; ସୁନା ଖଚିତ ରାଜମହଲ ଭଳି ଘରେ ଏଭଳି ଜୀବନ ବଞ୍ଚୁଛନ୍ତି ସୁଲତାନ ହସନଲ

ନୂଆଦିଲ୍ଲୀ: ଯଦିଓ ଏହି ପୃଥିବୀରେ ଅନେକ ଧନୀ ଲୋକ ଅଛନ୍ତି, କିନ୍ତୁ ବ୍ରୁନେଇ ଦେଶର ସୁଲତାନଙ୍କ କଥା କିଛି ଅଲଗା। ସେ ଯେଉଁଭଳି ଭାବେ ଜୀବନ ଅତିବାହିତ କରୁଛନ୍ତି, ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଲୋକଙ୍କ ପାଖରେ ଗୋଟେ କି ଦୁଇଟି ବିଳାସପୂର୍ଣ୍ଣ ଗାଡ଼ି ଥିବା ବେଳେ ତାଙ୍କ ପାଖରେ ରହିିଛି ୭୦୦୦ଟି ବିଳାସପୂର୍ଣ୍ଣ ଗାଡ଼ି। ଆଜ୍ଞା ହଁ, ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ସତ। ଏଠାରେ ଆମେ ବ୍ରୁନେଇର ସୁଲତାନ ହସନଲ ବୋଲକିୟାଙ୍କ କଥା କହୁଛୁ। ସେ ଦୁନିଆର ସବୁଠାରୁ ଧନୀ ସୁଲତାନମାନଙ୍କ ମଧ୍ୟରେ ଜଣେ। ହସନଲ ବୋଲକିୟାଙ୍କ ସମ୍ପତ୍ତି ୧୪,୭୦୦ କୋଟିରୁ ଅଧିକ ବୋଲି ଜଣାପଡ଼ିିଛି।

ଏକ ରିପୋର୍ଟ ଅନୁଯାୟୀ, ତାଙ୍କ ଆୟର ସବୁଠାରୁ ବଡ଼ ଉତ୍ସ ହେଉଛି ତୈଳ ଭଣ୍ଡାର ଏବଂ ପ୍ରାକୃତିକ ଗ୍ୟାସ। ବ୍ରୁନେଇର ଏହି ସୁଲତାନଙ୍କ କାହାଣୀ ଅତ୍ୟନ୍ତ ଅନନ୍ୟ। ତାଙ୍କ ପାଖରେ ଏବେ ୬୦୦ରୋଲ୍ସ ରୋଏସ୍, ୩୦୦ଫରାରୀ ଗାଡି ସହିତ ୭୦୦୦ବିଳାସପୂର୍ଣ୍ଣ କାର ଅଛି। ଏହା ସହ ସେ ରହୁଥିବା ମହଲରେ ସୁନା ଖଚିତ ହୋଇଛି। ଏହି ମହଲର ମୂଲ୍ୟ ୨୫୫୦କୋଟିରୁ ଅଧିକ ହୋଇଥିବା ବେଳେ ଏହି ମହଲରେ ୧୭୦୦ରୁ ଅଧିକ କୋଠରୀ, ୨୫୭ଟି ଗାଧୁଆ ଘର, ପାଞ୍ଚଟି ସୁଇମିଂ ପୁଲ, ଗାଡି ରଖିବା ପାଇଁ ୧୧୦ଟି ଗ୍ୟାରେଜ ବ୍ୟତୀତ ୨୦୦ ଘୋଡା ପାଇଁ ଶୀତତାପ ନିୟନ୍ତ୍ରିତ ଷ୍ଟଲ ମଧ୍ୟ ଅଛି। ଆଜିକାଲି ଏଭଳି ଜୀବନ ବଞ୍ଚୁଥିବା ଲୋକଙ୍କ ସଂଖ୍ୟା କମ ଥିବା ବେଳେ ସୁଲତାନଙ୍କ ଏଭଳି ଜୀବନ ବଞ୍ଚିବା ଶେ‌ୖଳୀ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ