ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କର ଅଫଲାଇନ କ୍ଲାସ କରିବାକୁ ନିର୍ଦେଶ

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ ଅନଲାଇନରେ ପାଠପଢ଼ାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଚାରବିମର୍ଶ ହୋଇଛି। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟରେ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଆୟୋଜିତ ହୋଇଥିଲା। ବୈଠକ ଶେଷ ହେବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ବିକାଶ ମହାପାତ୍ର କହିଛନ୍ତି, ପ୍ରୋକ୍ଟୋରିଆଲ ଗ୍ରୁପ କରି ପାଠ ପଢ଼ାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଛୋଟ ଛୋଟ ଗ୍ରୁପ କରି ଜଣେ ଲେଖାଏଁ ଶିକ୍ଷକ ଏହାର ଦାୟିତ୍ୱ ନେବେ। ପିଲା କେମିତି ପଢିବେ ଏବଂ କାହିଁକି ପଢି ପାରୁ ନାହାନ୍ତି ତାହା ଉପରେ ନଜର ରଖିବେ। ଯେଉଁ ପିଲାମାନେ ନିଜର ସନ୍ଦେହ ଦୂର କରିବା ପାଇଁ ଚାହାଁନ୍ତି, ସେହି ପିଲାମାନଙ୍କ ପାଇଁ ଶିକ୍ଷକମାନେ ଛୋଟ ଛୋଟ ଗ୍ରୁପ କରି ପାଠ ପଢ଼ାଇପାରିବେ, କିନ୍ତୁ ଅଭିଭାବକଙ୍କ ଅନୁମତି ନେଇ ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ଅଫଲାଇନ କ୍ଲାସ କରିବାକୁ ନିର୍ଦେଶ ଦିଆଯାଇଛି।

ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟରେ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସତରଟି ସରକାରୀ ହାଇଅର ସେକେଣ୍ଡାରି ସ୍କୁଲର ଅଧ୍ୟକ୍ଷ ଏବଂ ତିନି ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି