ଦେଶ ବିଦେଶ ସ୍ୱାସ୍ଥ୍ୟ

ନୂଆ ଧରଣର କରୋନାଭାଇରସ୍‌ ‘ନିଓକୋଭ୍’ ବିଷୟରେ ଊହାନ୍‌ ବୈଜ୍ଞାନିକଙ୍କ ସତର୍କ ସୂଚନା: ଏଥିରେ ମୃତ୍ୟୁ ଓ ସଂକ୍ରମଣ ହାର ଅଧିକ

ନୂଆଦିଲ୍ଲୀ: ଊହାନ୍‌ସ୍ଥିତ ଚୀନା ବୈଜ୍ଞାନିକମାନେ ଗୋଟାଏ ନୂଆ ଧରଣର କରୋନାଭାଇର୍‌ ‘ନିଓକୋଭ୍‌’ ବିଷୟରେ ସତର୍କ ସୂଚନା ଜାରି କରି କହିଛନ୍ତି ଯେ, ଏଥିଯୋଗୁଁ ସଂକ୍ରମଣ ଓ ମୃତ୍ୟୁହାର ଅଧିକ ହେବାର ଆଶଙ୍କା ରହିଛି।

ସମ୍ବାଦ ସରବରାହ ସଂସ୍ଥାନ ‘ସ୍ପୁଟ୍‌ନିକ୍‌’ ରିପୋର୍ଟ ଅନୁସାରେ, ଦକ୍ଷିଣ ଆଫ୍ରିକାରେ ‘ନିଓକୋଭ୍‌’ ଭୂତାଣୁ ଆବିଷ୍କୃତ ହୋଇଛି। ଏହା ମଧ୍ୟପ୍ରାଚ୍ୟରେ ଶ୍ବାସପ୍ରଶ୍ବାସ ରୋଗ ସୃଷ୍ଟିକାରୀ ‘ମର୍ସ-କୋଭ୍‌’ ସହ ସମ୍ପୃକ୍ତ ବୋଲି ଅନୁମାନ କରାଯାଉଛି।

‘ନିଓକୋଭ୍‌’କୁ ପ୍ରଥମେ ଦକ୍ଷିଣ ଆଫ୍ରିକାର ବାଦୁଡ଼ିଙ୍କ ଶରୀରରେ ଚିହ୍ନଟ କରାଯାଇଥିଲା ଏବଂ ପରେ ଏହା ଅନ୍ୟ ପ୍ରାଣୀମାନଙ୍କ ଶରୀରକୁ ବ୍ୟାପିଛି। ଏହି ଭୂତାଣୁର ଗୋଟିଏ ଗୁଣସୂତ୍ର ପରିବର୍ତ୍ତନ ହେଲେ ତାହା ପ୍ରାଣୀ ଶରୀରରୁ ମନୁଷ୍ୟ ଶରୀରକୁ ବ୍ୟାପିଯାଇ ପାରେ।

ଅଧ୍ୟୟନରୁ ପ୍ରାପ୍ତ ତଥ୍ୟାବଳୀ ଅନୁସାରେ, ‘ନିଓକୋଭ୍‌’ ଏବଂ ତାହାର ଘନିଷ୍ଠ ଆତ୍ମୀୟ ‘ପିଡିଏଫ୍‌-୨୧୮୦-କୋଭ୍‌’ଙ୍କର ବାଦୁଡ଼ି ‘ଆଞ୍ଜିଓଟେନ୍‌ସିନ୍‌- କନ୍‌ଭର୍ଟିଙ୍ଗ୍‌ ଏଞ୍ଜାଇମ୍‌୨’ (ଏସିଇ୨) ବ୍ୟବହାର କରି ମନୁଷ୍ୟ ଶରୀରକୁ ପ୍ରବେଶ କରିବାର ସାମର୍ଥ୍ୟ ରହିଛି। ଏହି ଭୂତାଣୁର ଆଉ ଥରେ ମାତ୍ର ଗୁଣସୂତ୍ର-କ୍ରମ ପରିବର୍ତ୍ତନ ଘଟିଲେ ତାହା ଅନାୟାସରେ ମାନବ ଜୀବକୋଷ ମଧ୍ୟକୁ ପ୍ରବେଶ କରିପାରିବ।

‘ଊହାନ୍‌ ୟୁନିଭର୍ସିଟି’ ଏବଂ ‘ଚାଇନିଜ୍‌ ଏକାଡେମି ଅଫ୍‌ ସାଇନ୍‌ସସେ୍‌’ର ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଫିଜିକ୍ସ୍‌’ର ବୈଜ୍ଞାନିକମାନେ ଏହି ଚମକପ୍ରଦ ତଥ୍ୟ ପ୍ରଦାନ କରିଛନ୍ତି। ‘ସ୍ପୁଟ୍‌ନିକ୍‌’ ରିପୋର୍ଟ କରିଛି, ଊହାନ୍‌ ବୈଜ୍ଞାନିକମାନେ କହିବା ଅନୁସାରେ, ‘ମର୍ସ-କୋଭ୍‌’ ଭଳି ‘‌ନିଓକୋଭ୍‌’ର ସଂକ୍ରମଣ ଏବଂ ମୃତ୍ୟୁ ହାର ଅଧିକ କରାଇବାର କ୍ଷମତା ରହିଛି।

ଏହି ନୂତନ ଅଧ୍ୟୟନ ସଂକ୍ରାନ୍ତରେ ଅବଗତ ଥିବା କଥା କହି ରୁ‌ଷୀୟ ବୈଜ୍ଞାନିକମାନେ କହିଛନ୍ତି, ଏହି ଭୂତାଣୁ ମନୁଷ୍ୟ ଦେହକୁ ସଂକ୍ରମିତ ହେବ କି, ନାହିଁ ପ୍ରାପ୍ତ ତଥ୍ୟାବଳୀରୁ ସ୍ପଷ୍ଟ ହୋଇନାହିଁ। ଏଥିପାଇଁ ଗଭୀର ଅଧ୍ୟୟନ ଆବଶ୍ୟକ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ