ଖେଳ ଦେଶ ବିଦେଶ

ମହିଳା ଏସିଆ କପ୍‌ ହକି: ଆଜି କାଂସ୍ୟ ପାଇଁ ଖେଳିବ ଭାରତ

ମସ୍କାଟ: ଚଳିତ ମହିଳା ଏସିଆ କପ୍‌ ହକି ପ୍ରତିଯୋଗିତାରେ ଭାରତ ଶୁକ୍ରବାର କାଂସ୍ୟ ମୁକାବିଲାରେ ଚୀନ୍‌କୁ ଭେଟିବ। ବୁଧବାର ସେମିଫାଇନାଲ୍‌ରେ ଭାରତ ୨-୩ ଗୋଲ୍‌ରେ ଦକ୍ଷିଣ କୋରିଆ ନିକଟରୁ ହାରିଯାଇଥିଲା। ଅନ୍ୟ ଏକ ସେମିଫାଇନାଲ୍‌ରେ ଜାପାନ୍‌ ୨-୧ ଗୋଲ୍‌ରେ ଚୀନ୍‌କୁ ମାତ୍‌ ଦେଇଥିଲା। ବୁଧବାର କଡ଼ା ସଂଘର୍ଷପୂର୍ଣ୍ଣ ଭାରତ-କୋରିଆ ସେମିଫାଇନାଲ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ୨୮ତମ ମିନିଟ୍‌ରେ ନେହାଙ୍କ ଗୋଲ୍‌ରେ ଭାରତ ପ୍ରଥମାର୍ଦ୍ଧରେ ଅଗ୍ରଣୀ ନେଇଥିଲା। ହେଲେ ଦ୍ବିତୀୟାର୍ଦ୍ଧର ପ୍ରଥମ ମିନିଟ୍‌ରେ ଚୀନ୍‌ ଅଧିନାୟିକା ୟୁନ୍‌ବି ଚିଓନ୍‌ (୩୦ ମିନିଟ୍‌) ଏହି ଗୋଲ୍‌ ଶୁଝି ସ୍ଥିତି ବରାବର କରିଥିଲେ। ଏହାପରେ ଲି ସୁଙ୍ଗ ଜୁ (୪୫ ମିନିଟ୍‌) ଓ ଚୋ ହିଜିନ୍‌ (୪୮ ମିନିଟ୍‌) ଚୀନ୍‌କୁ ୩-୧ରେ ଆଗୁଆ କରିଥିଲେ। ୫୪ତମ ମିନିଟ୍‌ରେ ଲାଲରେମସିଆମି ଏହା ମଧ୍ୟରୁ ଗୋଟିଏ ଶୁଝି ପରାଜୟ ବ୍ୟବଧାନକୁ କମାଇଥିଲେ। ତେବେ ଭାରତର ଟାଇଟଲ୍ ବିଜୟ ସ୍ବପ୍ନ ଧୂଳିସାତ୍ ହୋଇଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ