ଖେଳ ଦେଶ ବିଦେଶ

ରବି ଶାସ୍ତ୍ରୀଙ୍କୁ କୋଚ୍ ପଦରୁ ହଟାଇଛନ୍ତି ଗାଙ୍ଗୁଲି ! ସାଙ୍ଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ ୨୮/୦୧: ଟି୨୦ ବିଶ୍ୱକପ ପରେ ଭାରତୀୟ କ୍ରିକେଟ ଟିମ୍‌ରେ ବହୁତ କିଛି ବଦଳି ଯାଇଛି । ରବି ଶାସ୍ତ୍ରୀ କୋଚ୍ ଓ ବିରାଟ କୋହଲି ସବୁ ଫର୍ମାଟରୁ ଅଧିନାୟକ ପଦରୁ ହଟିଛନ୍ତି । ଗୋଟିଏ ପରେ ଭାରତୀୟ କ୍ରିକେଟକୁ ସଙ୍କଟରୁ ମୁକୁଳାଇବା ପାଇଁ ପ୍ରୟାସ ଜାରି ରହିଛି । ଅନ୍ୟ ଦିଗରେ ପାକିସ୍ତାନର ପୂର୍ବତନ କ୍ରିକେଟର ରଶିଦ ଲତିଫ ବିସିସିଆଇ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ।

ଲତିଫ କହିଛନ୍ତି ଯେ, ରବି ଶାସ୍ତ୍ରୀଙ୍କୁ କୋଚ୍ ପଦରୁ ହଟାଇବା ପଛରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ହାତ ରହିଛି । ଏନେଇ ଟି୨୦ ବିଶ୍ୱକପ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ଏହା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଅନିଲ କୁମ୍ବଲେଙ୍କୁ ବେଆଇନ ଭାବେ କୋଚ୍ ପଦରୁ ହଟାଇ ଦିଆଯାଇଥିଲା । ରବି ଶାସ୍ତ୍ରୀ କୌଣସି କୋଚିଂ କୋର୍ସ କରିନଥିଲେ କିନ୍ତୁ ତାଙ୍କୁ କୋଚ୍ ଭାବେ ନିଯୁକ୍ତି ମିଳିଥିଲା । କୁମ୍ବଲେ ୬୦୦ରୁ ଅଧିକ ଟେଷ୍ଟ୍ ଓ୍ୱିକେଟ୍ ନେଇଛନ୍ତି । ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ ଭଲ ବନ୍ଧୁ । ଉଭୟଙ୍କର ମଧ୍ୟରେ ଘନିଷ୍ଠତା ଅଧିକ ରହିଛି ।

ପୂର୍ବତନ ପାକିସ୍ତାନୀ କ୍ରିକେଟର ଆହୁରି ମଧ୍ୟ କହିଛନ୍ତି ଯେ, ଗାଙ୍ଗୁଲି ଶାସ୍ତ୍ରୀଙ୍କୁ ସମୟ ସରିଯାଇଛି ବୋଲି କହିଥିଲେ । ଟି୨୦ ବିଶ୍ୱକପ ପୂର୍ବରୁ ବିସିସିଆଇ ଶାସ୍ତ୍ରୀଙ୍କୁ ବାହାର କରିବା ପାଇଁ ଯୋଜନା କରିବା ଆରମ୍ଭ କରିଥିଲା । ଯାହା ଭାରତୀୟ କ୍ରିକେଟରୁ ପ୍ରଭାବିତ କରିଛି ।

ଲତିଫ ଆହୁରି ମଧ୍ୟ କହିଛନ୍ତି ଯେ, ୧୯୯୦ରେ ପାକିସ୍ତାନ ଟିମ୍ ସହ ଏପରି ହୋଇଥିଲା । ପଡିଆ ବାହାରେ ହେଉଥିବା ଏପରି ଘଟଣା ଖେଳ ଉପରେ ପ୍ରଭାବ ପକାଇଥାଏ । ଏହି ବ୍ୟକ୍ତିଗତ ଆକ୍ରୋଷ ଭାରତୀୟ କ୍ରିକେଟରୁ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ