ନୂଆଦିଲ୍ଲୀ ୨୮/୦୧: ବିହାରର ରାଜଧାନୀ ପାଟନାରେ ଆରଆରବି ଏନଟିପିସି ପରୀକ୍ଷାକୁ ନେଇ ଟ୍ରେନ ପୋଡି ଘଟଣାରେ ବିବାଦ ବଢିବାରେ ଲାଗିଛି । ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଅନେକ ଛାତ୍ର ସଙ୍ଗଠନ ଆନ୍ଦୋଳନ ଡାକରା ଦେଇଛନ୍ତି । ତେବେ ଏହା ମଧ୍ୟରେ ୟୁଟ୍ୟୁବରେ ଟ୍ରେଣ୍ଡରେ ଥିବା ଖାନ୍ ସାର ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ଖାନ୍ ସାର ବନ୍ଦ ବେଳେ ଛାଚ୍ରଛାତ୍ରୀଙ୍କୁ ବନ୍ଦ ପାଳନରେ କୌଣସି ଧାରଣା ଓ ହିଂସାକାଣ୍ଡ ନକରିବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ଖାନ୍ ସାରଙ୍କ ଭିଡିଓ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ହିଂସାକୁ ଉସକାଇବା ଅଭିଯୋଗରେ ସେ ଛନ୍ଦି ହୋଇଛନ୍ତି । ପୋଲିସ ମଧ୍ୟ ଖାନ ସାରଙ୍କ ସହ କୋଚିଂ ସେଣ୍ଟର ବିରୋଧରେ ମାମଲା ରୁଜୁ କରିଛି ।
ତେବେ ହିଂସାକାଣ୍ଡ ପରଠୁ ଖାନ ସାରଙ୍କ ମୋବାଇଲ ସ୍ୱିଚ୍ ଅଫ୍ ଥିଲା । ରାତିରେ ସେ ଅନଲାଇନରେ ନିଜ ଭିଡିଓ ପୋଷ୍ଟ କରିଥିଲେ । ସେ ଅପିଲ କରିଥିଲେ ଯେ, ଶୁକ୍ରବାର କୌଣସି ଛାତ୍ର ଧାରଣାରେ ସାମିଲ ନହୁଅନ୍ତୁ । ରେଳବାଇକୁ ଗୋରଖପୁରରେ ବ୍ୟାପକ ହିଂସାକାଣ୍ଡ ଘଟିବ ବୋଲି ସୂଚନା ମିଳିଛି । ଗୋରଖପୁର ଛାତ୍ର ଅଲଗା ନୁହେଁ । ସମସ୍ତେ ସମାନ । କୌଣସି ଛାତ୍ର ହିଂସାକାଣ୍ଡରେ ସାମିଲ ହେବା ଅନୁଚିତ । ବିଜେପି ସାଂସଦ ସୁଶିଲ ମୋଦୀ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ସିବିଡିଟି୨ ହଟାଇବା ପାଇଁ ମଧ୍ୟ ସହମତି ପ୍ରକାଶ ପାଇଛି ।
ଖାନ ସାର ଆହୁରି କହିଛନ୍ତି ଯେ, ଆରଆରବି ନୁହେଁ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ରେଳବାଇ ଅନେକ ଭଲ ନିଷ୍ପତ୍ତି ନେବାକୁ ଯାଉଛି । ଛାତ୍ରମାନେ ରାସ୍ତା ଉପରକୁ ଆସି ଆନ୍ଦୋଳନ କରି ମାହୋଲ ବିଗାଡିବାରୁ ନିବୃତ୍ତ ରୁହନ୍ତୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ଗରିବ ଓ ଦିବ୍ୟାଙ୍ଗଙ୍କୁ ମାଗଣାରେ ଶିକ୍ଷାଦାନ କରିଥାନ୍ତି । ଏହାସତ୍ତ୍ୱେ ସେମାନଙ୍କୁ ଶିକ୍ଷା ମାଫିଆ କୁହାଯାଉଛି । ଆଉ କେହି ସେମାନଙ୍କୁ ତାଲିବାନ ସହ ତୁଳନା କରୁଛନ୍ତି । ତାଙ୍କ ମାଆ ଏହି କାରଣରୁ ଚିନ୍ତାରେ ଅଛନ୍ତି । ଏହାସହ ବିଭିନ୍ନ ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ଖବରକୁ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଅନ୍ୟପଟେ ପାଟନା ବନ୍ଦକୁ ଦେଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି । ଏହାସହ ପୋଲିସ ମଧ୍ୟ ଆଇନ କାନୁନ ବ୍ୟବସ୍ଥା ଉପରେ ନଜର ରଖିଛି ।

