ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ଖିଲାଡି କୁମାର କିଣିଲେ ନୂଆ ବିଳାଶପୂର୍ଣ୍ଣ ଫ୍ଲାଟ୍, କୋଟି କୋଟି ଟଙ୍କା ରହିଛି ଏହାର ମୂଲ୍ୟ

ନୂଆଦିଲ୍ଲୀ ୨୪।୦୧ : ବଲିଉଡ ଅଭିନେତା ଅକ୍ଷୟ କୁମାର ଅଭିନୟ ବଳରେ ସବୁ ଆଡେ ଚର୍ଚ୍ଚାରେ ଥାଆନ୍ତି । ତାଙ୍କର ଯେକୌଣସି ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ କରିଥାଏ । ତାଙ୍କ ଷ୍ଟାଇଲ ଓ ଆକ୍ସନ ଷ୍ଟଣ୍ଟ ପାଇଁ ଲକ୍ଷ ଲକ୍ଷ ଫ୍ୟାନ୍ସ ପାଗଳ । କିନ୍ତୁ ବେଳେବେଳେ ଅକ୍ଷୟ କୁମାରଙ୍କ ପୋଷ୍ଟ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହୋଇଥିବା ବେଳେ ଗୀତକୁ ନେଇ ଲାଇମଲାଇଟକୁ ଆସିଥାନ୍ତି । ଏହା ବ୍ୟତୀତ ଅକ୍ଷୟ କୁମାର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏଭଳି ପରିସ୍ଥିତିରେ ଅକ୍ଷୟ ବର୍ତ୍ତମାନ ଆଉ ଗୋଟିଏ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ଫିଲ୍ମ ପାଇଁ ନୁହେଁ ବରଂ ତାଙ୍କର ନୂଆ ଫ୍ଲାଟକୁ ନେଇ ।

ବାସ୍ତବରେ ମିଡିଆ ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାର ଏକ ନୂଆ ଫ୍ଲାଟ କିଣିଛନ୍ତି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ରହିଛି । ଏହା ସହ ଫ୍ଲାଟଟି ବହୁତ ବିଳାସପୂର୍ଣ୍ଣ ଅଟେ। ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ସମ୍ପୂର୍ଣ୍ଣ ସୂଚନା ସାମ୍ନାକୁ ଆସିନାହିଁ। ଶୁଣିବାକୁ ମିଳୁଛି କି ଫ୍ଲାଟଟିର ମୂଲ୍ୟ ପ୍ରାୟତଃ ୭.୮ କୋଟି ଟଙ୍କା ରହିଛି ବୋଲି କୁହାଯାଉଛି । ଏହି ଫ୍ଲାଟ ଖର ୱେଷ୍ଟର ଜୟ ଲିଜେଣ୍ଡ ବିଲ୍ଡିଂର ୧୯ତମ ମହଲାରେ ରହିଛି । କେବଳ ଏତିକି ନୁହେଁ ଅକ୍ଷୟ ଫ୍ଲାଟ ସହିତ ଚାରିଟି ଗାଡି ପାଇଁ ପାର୍କିଂ ସ୍ଥାନ ମଧ୍ୟ ଦିଆଯାଇଛି ।

ଅନ୍ୟପଟେ ଅକ୍ଷୟ କୁମାର ୨୦୨୧ ଡିସେମ୍ବର ମାସରେ ଆନ୍ଧେରି ୱେଷ୍ଟରେ ଥିବା ତାଙ୍କ ଅଫିସକୁ ୯କୋଟିରେ ବିକ୍ରି କରିଥିଲେ । ଏହା ପରେ ସେ ଖର ୱେଷ୍ଟରେ ଏକ ନୂଆ ଆପାର୍ଟମେଣ୍ଟ ନେଇଥିଲେ। ନୂଆ ଘରକୁ ନେଇ ଅଧିକ କିଛି ଅଫିସିଆଲ୍ ଅପଡେଟ୍ ଜାରି କରାଯାଇ ନାହିଁ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ