ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଳ ଦେବ ସମ୍ପୂର୍ଣ୍ଣ ଫିଟ୍ : ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇବା ସହ ଦୀପାବଳିର ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ୧୪/୧୧ : ପୂର୍ବତନ ଭାରତୀୟ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଏବେ ସମ୍ପୂର୍ଣ୍ଣ ଫିଟ୍ ହୋଇଯାଇଛନ୍ତି । ଦୀପାବଳି ଉପଲକ୍ଷେ ଟ୍ବିଟ ମାଧ୍ୟମରେ ଏକ ଭିଡିଓ ସେୟାର କରି ଫ୍ୟାନ୍ସମାନଙ୍କୁ ଶୁଭକାମନା ଜଣାଇଛନ୍ତି କପିଳ ଦେବ । ଗତ ମାସରେ କପିଳଙ୍କ ହଠାତ ହୃଦଘାତ ହେବାରୁ ସଙ୍ଗେ ସଙ୍ଗେ ସର୍ଜରୀ କରଯାଇଥିଲା । ଗତମାସ ଅକ୍ଟୋବର ୨୩ରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କର ଏଞ୍ଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା ।

ଏବେ କପିଳ ଦେବ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ଦୀପାବଳି ଉପଲକ୍ଷେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସେୟାର କରି ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଭିଡିଓ ସେୟାର କରି କହିଛନ୍ତି ଯେ, ଏହି ବର୍ଷ ଦୀପାବଳି ସମସ୍ତଙ୍କ ଜୀବନରେ ଖୁସି ଭରିଦେଉ । କପିଳ କହିଛନ୍ତି ତାଙ୍କୁ ଶୁଭକାମନା ଜଣାଇଥିବା ସମସ୍ତଙ୍କୁ ଧନ୍ୟବାଦ । ସେ ବର୍ତ୍ତମାନ ସ୍ବାସ୍ଥ୍ୟଗତ ସମସ୍ୟାରୁ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଖୁସି ଅଛନ୍ତି ।

ଗୁରବାର କପିଳ ଦେବ ତାଙ୍କ ବନ୍ଧୁମାନଙ୍କ ସହିତ ଗଲ୍ଫ ଖେଳୁଥିବା ନଜର ଆସିଥିଲେ । ସେ ଗଲ୍ଫ ଖେଳୁଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ । ବର୍ତ୍ତମାନ ଦିଲ୍ଲୀର ସୁନ୍ଦର ନଗରରେ ରହୁଛନ୍ତି । କିଛି ଦିନ ପୂର୍ବରୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଓଖଲା ର ଫୋର୍ଟିସ ଏସ୍କୋର୍ଟେସ୍ ହାର୍ଟ ଇନଷ୍ଟିଚ୍ୟୁଟରେ ବର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଏଞ୍ଜିଓପ୍ଲାଷ୍ଟି ସର୍ଜରୀ କରାଯାଇଛି ଏବଂ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ