ଖେଳ ଦେଶ ବିଦେଶ

ବିସିସିଆଇକୁ ଧନ୍ୟବାଦ ଦେଲେ ରୋହିତ, ପ୍ରଶଂସା ମଧ୍ୟ କଲେ, ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୧୪/୧୧: ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ବ୍ୟାଟସମ୍ୟାନ୍ ଓ ପାଞ୍ଚ ଥର ଆଇପିଏଲ ଚାମ୍ପିଅନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି । କରୋନା ଭାଇରସର ମହାମାରୀ ମଧ୍ୟରେ ଆଇପିଏଲ-୧୩ର ସଫଳ ଓ ସୁରକ୍ଷିତ ଆୟୋଜନ ପାଇଁ ସେ ବିସିସଆଇକୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଆଇପିଏଲ-୨୦୨୦ର ଆୟୋଜର ଭାରତରେ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ ହୋଇଥାନ୍ତା । କିନ୍ତୁ କରୋନା ଭାଇରସ ପାଇଁ ଏହାକୁ ଅନିଶ୍ଚିତ କାଳ ଯାଏଁ ସ୍ଥଗିତ ରଖିବାକୁ ପଡିଥିଲା । ପରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ଯାଏଁ ଆବୁଧାବି, ଦୁବାଇ ଓ ଶାରଜାହରେ ଏହାକୁ ଆୟୋଜନ କରାଯାଇଥିଲା ।

ପ୍ରାୟ ୬୦ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ ଗତ ୧୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ପଞ୍ଚମ ଥର ପାଇଁ ଟ୍ରଫି ହାତେଇଥିଲା । ଦିଲ୍ଲୀର ଟିମ୍ ପ୍ରଥମ ଥର ପାଇଁ ଫାଇନାଲରେ ପହଁଚିଥିଲା ।

ରୋହିତ ଟ୍ୱିଟ୍ କରି କହିଛନ୍ତି ଯେ, ସେ ଆଇପିଏଲ-୧୩ର ଆୟୋଜନକୁ ନେଇ ଆଇପିଏଲ ଓ ବିସିସିଆଇ ସଦସ୍ୟଙ୍କ ପ୍ରତିବଦ୍ଧତା ଓ ଅନୁଶାସନର ପ୍ରଶଂସା କରିଛନ୍ତି ।

ରୋହିତ ଆହୁରି ସମସ୍ତ ୮ଟି ଫ୍ରାଞ୍ଚାଇଜର ମଧ୍ୟ ପ୍ରଶଂସା କରିଛନ୍ତି । ଫ୍ରାଞ୍ଚାଇଜ୍‌ମାନେ ଖେଳାଳି ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ସୁରକ୍ଷିତ ମାହୋଲ ତିଆରି କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ