ଦେଶ ବିଦେଶ ମନୋରଞ୍ଜନ

ଅଭିନେତା ଶାହିର ଶେଖ୍‌ଙ୍କ ବାପା ଶାହନାୱାଜ ଶେଖ୍‌ଙ୍କ ଦେହାନ୍ତ , ଅଲି ଗୋନି ଟ୍ବିଟ୍ କରି ଦେଲେ ସୂଚନା

ନୂଆଦିଲ୍ଲୀ ୨୦।୦୧ : ଟେଲି ଦୁନିଆର ଜଣାଶୁଣା ଟିଭି ଅଭିନେତା ଶାହିର ଶେଖଙ୍କ ପିତା ଶାହନାୱାଜ ଶେଖଙ୍କ ଦେହାନ୍ତ ହୋଇଛି। ଶାହନାୱାଜ ଗତ କିଛି ଦିନ ଧରି କରୋନା ସଂକ୍ରମିତ ହୋଇ ଅସୁସ୍ଥ ଥିଲେ । ଏଥି ପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ବର୍ତ୍ତମାନ ଶାହିର ଶେଖଙ୍କ ପିତାଙ୍କର ମୃତ୍ୟୁ ବିଷୟରେ ଅଭିନେତା ଅଲି ଗୋନି ସୂଚନା ଦେଇଛନ୍ତି। ନିକଟରେ ଅଲି ଗୋନି ତାଙ୍କର ଏକ ଟ୍ୱିଟରେ ଲେଖିଛନ୍ତି- ‘ଆଲ୍ଲା ଅଙ୍କଲଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଭାଇ ଦୃଢ ସହ ଧର୍ଯ୍ୟ ରୁହନ୍ତୁ ।

କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ପିତାଙ୍କ ବିଷୟରେ ଶାହିର ଶେଖଙ୍କଠାରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଶାହିର ଶେଖଙ୍କ ପିତାଙ୍କ ବିଷୟରେ ଅଭିନେତା ଅଲି ଗୋନି ଦେଇଥିବା ସୂଚନା ପରେ ତାଙ୍କ ପ୍ରଶଂସକମାନେ ବହୁତ ଦୁଃଖିତ ଥିବା ପରେ ତାଙ୍କ ପିତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି ଏବଂ ଶାହିରଙ୍କୁ ତାଙ୍କ ପରିବାର ପାଇଁ ଦୃଢ ରହିବାକୁ କହିଛନ୍ତି। ଶାହିର ଶେଖଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜଣେ ୟୁଜର୍ସ ଲେଖିଛନ୍ତି -ତୁମ ବାପାଙ୍କ ବିୟୋଗ ପାଇଁ ମୁଁ ବହୁତ ଦୁଃଖିତ, ଶାହିର ଶେଖ । ମୋର ପ୍ରାର୍ଥନା ତାଙ୍କ ଆତ୍ମା ​​ଶାନ୍ତି ମିଳୁ ।

ସେହିଭଳି ଆପଣଙ୍କୁ କହି ରଖୁଛୁ ଯେ, ଜାନୁଆରୀ ୧୮ରେ, ଶାହିର ଶେଖ ତାଙ୍କ ପିତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିବା ସୂଚନା ଦେଇଥିଲେ । ଯାହାକୁ ନେଇ ଶାହିର ନିଜେ ଏକ ଟ୍ୱିଟ ମାଧ୍ୟମରେ ଏକ ଫଟୋ ସେୟାର କରି ଜଣାଇ କହିଥିଲେ ଲେଖିଛନ୍ତି – ମୋ ବାପା ଭେଣ୍ଟିଲେଟରରେ ଅଛନ୍ତି। ସେ ଏକ ଭୟଙ୍କର କୋଭିଡ ସଂକ୍ରମଣ ସହ ଲଢୁଛନ୍ତି। ଦୟା କରି ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ