ରାଜ୍ୟ ସ୍ୱାସ୍ଥ୍ୟ

ନବଜାତ ଶିଶୁକୁ ମୃତ ଘୋଷଣା ପରେ ମଶାଣିରେ କାନ୍ଦି ଉଠିଲା, ଜୀବନ ସହ ସଂଘର୍ଷ କରି ଶେଷରେ ହାରିଗଲା

ପାଟଣା ୨୦।୧: ନବଜାତ ଶିଶୁକୁ ଡାକ୍ତର ମୃତ ଘୋଷଣା କରିବା ପରେ ମଶାଣିରୁ ଜୀଇଁ ଉଠିଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ କରଞ୍ଜିଆ ମେଡିକାଲରେ ଗୁରୁବାର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ବୁଧବାର ସାହାରପଡା ବ୍ଲକ୍ ଖଡ଼ିକାପଦା ଗାଁର ସୁନିଆ ମୁଣ୍ଡା ଓ ରାଇମଣୀ ମୁଣ୍ଡାଙ୍କ ନବଜାତ ଶିଶୁ ପୁତ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ଶିଶୁ ପୁତ୍ରକୁ ମଶାଣିରେ ପୋତିବା ସମୟରେ ଶିଶୁଟି ଜୀବିତ ଥିବା ଜଣାପଡିଥିଲା । ଏଭଳି ଘଟଣା ସାହାରପଡା ବ୍ଲକ୍ ଖଡ଼ିକାପଦା ଗାଁର ଘଟିଥିଲା ।

ସୂଚନାଯୋଗ୍ୟ ଯେ, ନବଜାତ ଶିଶୁକୁ ମୃତ ବୋଲି ମେଡିକାଲରୁ ପଠାଇଦେଲେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର । ମୃତ ଶିଶୁକୁ ପୋତିବା ସମୟରେ ଶିଶୁଟି ଜୀବିତ ଥିବା ଘଟଣା ଦେଖିବାକୁ ମିଳିଥିଲା । ସାହାରପଡା ବ୍ଲକ ଖଡ଼ିକାପଦା ଗ୍ରାମର ସୁନିଆ ମୁଣ୍ଡାଙ୍କ ପତ୍ନୀ ରାଇମଣି ମୁଣ୍ଡାଙ୍କ ପ୍ରସବ ପରେ ଶିଶୁକୁ ମୃତ ବୋଲି ଘରକୁ ଫେରାଇ ଦେଇଥିଲେ ଡାକ୍ତର ।

ତେବେ ଡାକ୍ତର ଫେରାଇ ଦେବା ପରେ ସୁନିଆ ଏକ ବ୍ୟାଗରେ ଶିଶୁକୁ ଆଣି ଗାଁ ମଶାଣିରେ ପୋତିବା ସମୟରେ ଶିଶୁଟି କାନ୍ଦିଥିଲା । ଫଳରେ ସୁନିଆ ପୁଣି ଶିଶୁକୁ ନେଇ କରଞ୍ଜିଆ ମେଡିକାଲ ଯାଇଥିଲେ । ପରେ ଆଇସିୟୁରେ ଭର୍ତ୍ତି କରାଯାଇ ଶିଶୁଟିର ଚିକିତ୍ସା କରାଯାଉଥିଲା । କିନ୍ତୁ ଗୁରୁବାର ଶିଶୁଟି ଆଖି ବୁଜିଦେଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ