ରାଜ୍ୟ ସ୍ୱାସ୍ଥ୍ୟ

ଏବେ ସ୍ଥିର ରହିଛି ସଂକ୍ରମଣ, ଚାରୋଟି ଜିଲ୍ଲାରେ ଅଧିକ ବାହାରୁଛନ୍ତି ଆକ୍ରାନ୍ତ

ଭୁବନେଶ୍ୱର ୨୦।୦୧ : ସଂକ୍ରମଣ ଅପାତତଃ ଭାବେ ସ୍ଥିର ରହିଛି । ପ୍ରଥମେ ଯେଉଁ ଗତିରେ ସଂକ୍ରମଣ ବଢ଼ୁଥିଲା ସେଥିରେ କମ୍‌ ଆସିଛି | କେସ ଡବଲିଙ୍ଗ କମିଛି । ବର୍ତ୍ତମାନ ସ୍ଥିତିରେ ୮୮ ହଜାର ଆକ୍ଟିଭ କେସ ରହିଛି । କିନ୍ତୁ ମାତ୍ର ୧୨୩୦ ଲୋକ ହସ୍ପିଟାଲରେ ଅଛନ୍ତି । ଯାହା ଆମ ପାଇଁ ଆଶାସ୍ୱନାର ବିଷୟ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବ୍ୟବସ୍ତା ଉପରେ ଚାପ ପଡି ନାହିଁ । ଆଇସିୟୁରେ ମଧ୍ୟ ରୋଗୀ ନାହାନ୍ତି । ଅକ୍ସିଜେନ ଆବଶ୍ୟକତା ନ ଥିବାରୁ ସାମଗ୍ରିକ ଭାବରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଚାରୋଟି ଜିଲ୍ଲା ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ ଏବଂ ସମ୍ବଲପୁରରେ ସଂକ୍ରମଣ ଅଧିକ ରହିଛି । ସ୍ଥାନୀୟ ପ୍ରଶାସନ, ସ୍ୱାସ୍ଥ୍ୟ ଟିମକୁ ସର୍ଭେଲାନ୍ସ ବଢେଇବାକୁ କୁହାଯାଇଛି । ଓମିସିୟର କିଟ ଏକ ସାମ୍ପୁଲ ଷ୍ଟଡି । ଆଇସିଏମର ମଧ୍ୟ କହିଛି ଓମିକ୍ରନ ଜାଣିଲେ ଟ୍ରିଟମେଣ୍ଟରେ କୌଣସି ଫରକ ପଡୁନାହିଁ | ଟ୍ରିଟମେଣ୍ଟ ସମାନ, ଏହା କେବଳ ଏପିଡେମିକ ଷ୍ଟଡି ପାଇଁ ବ୍ୟବହାର କରଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ