ଦେଶ ବିଦେଶ ସ୍ୱାସ୍ଥ୍ୟ

ମଣିଷଙ୍କୁ ତ ଛାଡ଼, ଏହି ସହରରେ ମୂଷାଙ୍କୁ ହୋଇଗଲା କରୋନା; ସମସ୍ତଙ୍କୁ ମାରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଓମିକ୍ରନ ଭାରିଆଣ୍ଟ ଯୋଗୁଁ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି । କରୋନାର ବଢ଼ୁଥିବା ମାମଲା ମଧ୍ୟରେ ହଂକଂରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଅତି କମରେ ୨୦୦୦ ହାମଷ୍ଟର(ମୂଷା ପରି ଏକ ଜୀବ) ଏଠାରେ କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି । ସମସ୍ତ ସଂକ୍ରମିତ ମୂଷାଙ୍କୁ ହତ୍ୟା କରିବାକୁ ହଂକଂ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ପ୍ରଶାସନର କହିବା ମୁତାବକ, ପାଳିତ ଜୀବମାନଙ୍କ ଏକ ଷ୍ଟୋରରେ ଅନେକ ହାମଷ୍ଟାର କରୋନା ପଜିଟିଭ ହୋଇଛନ୍ତି । ଷ୍ଟୋରରେ ଏକ କରୋନା ପଜିଟିଭ କର୍ମଚାରୀ କାମ କରୁଥିଲେ, ଯେଉଁ କାରଣରୁ ମୂଷାମାନଙ୍କୁ ବି କରୋନା ଆକ୍ରମଣ କରିଥିଲା ।

ଅଧିକାରୀମାନେ କହିଛନ୍ତି ଯେ, ଏହି ଜୀବର ଆମଦାନୀ ଓ ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗଯିବ । ପୋଷା ଦୋକାନର ଜଣେ କର୍ମଚାରୀ ପଜିଟିଭ ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ପ୍ରଭାବିତ ଦୋକାନରୁ ୭ ଜାନୁଆରୀ ପରେ କିଣାଯାଇଥିବା ସମସ୍ତ ହାମଷ୍ଟରଙ୍କୁ ବାଧ୍ୟତାମୂଳକ ଭାବେ ହତ୍ୟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ