ଦେଶ ବିଦେଶ ମନୋରଞ୍ଜନ

ପଣ୍ଡିତ ବିରଜୁ ମହାରାଜଙ୍କ କୋରିଓଗ୍ରାଫି, ଯେତେ ଦେଖିଲେ ବି ବାର୍ ବାର୍ ଦେଖିବାକୁ ମନ ହେବ

କଥା କହୁଥିଲା ପାଦ, ଜୀବନ ପାଉଥିଲା କଥକ। ନୟନର ଇସାରା ମନ୍ତ୍ର ମୁଗ୍ଧ ହେଉଥିଲେ ଦର୍ଶକ। କିନ୍ତୁ ରବିବାର ରାତିରୁ ସବୁ ନିରବୀ ଯାଇଛି। ଘୁଙ୍ଗୁର କାନ୍ଦୁଛି। ଶେଷନିଦ୍ରାର ନିବିଡ଼ କୋଳରେ ଶୋଇଯାଇଛନ୍ତି କଥକର ମହାଗୁରୁ ପଣ୍ଡିତ ବିରଜୁ ମହାରାଜ। ପଦ୍ମବିଭୂଷଣ ବ୍ରଜମୋହନ ନାଥ ଓରଫ ବିରଜୁ ମହାରାଜ ଆଉ ନାହାନ୍ତି । କଥକ କଥା ଆସିଲେ ପଣ୍ଡିତ ବିରଜୁ ମହାରାଜ ନାଁ ଆସେ ।

ସେ କେବଳ ଦେଶ ନୁହେଁ ବିଦେଶରେ କଥକର ପ୍ରଚାର ପ୍ରସାର କରିଛନ୍ତି। ଗୁରୁଜି ପ୍ରଥମ କରି କ୍ଲାସିକାଲ ଡ୍ୟାନ୍ସ ସହ ବଲିଉଡକୁ ମିଶ୍ରମ କରିଥିଲେ। ସେ ଏକାଧାରାରେ ଜଣେ ଗୁରୁ, ନୃତ୍ୟଶିଳ୍ପୀ, କୋରିଓଗ୍ରାଫର, ଗାୟକ ମଧ୍ୟ ଥିଲେ ।୧୯୮୩ ମସିହାରେ ପଦ୍ମବିଭୂଷଣରେ ପୁରସ୍କୃତ ହୋଇଥିବା ବିରଜୁ ମହାରାଜ ମଧ୍ୟ ଅନେକ ବଲିଉଡ ଚଳଚ୍ଚିତ୍ରରେ କୋରିଓଗ୍ରାଫି କରିଥିଲେ।

ଆସନ୍ତୁ ନଜର ପକାଇବା ବିରୁଜଙ୍କର କୋରିଓଗ୍ରାଫି ଉପରେ
ସତରଞ୍ଜି କେ ଖିଲାଡି: ସତ୍ୟଜିତ୍ ରାୟଙ୍କର ହିନ୍ଦୀ ଚଳଚ୍ଚିତ୍ର ‘ସତରଞ୍ଜି କେ ଖିଲାଡି’ରେ ମୁଖ୍ୟ ଭୂମିକାରେ ସଞ୍ଜୀବ କୁମାର ଏବଂ ସଇଦ ଜେଫ୍ରି ପ୍ରମୁଖ ଅଭିନୟ କରିଥିଲେ। ଏହି ଫିଲ୍ମର ଏକ ଗୀତ ବିରଜୁ ମହାରାଜଙ୍କ ଦ୍ୱାରା କୋରିଓଗ୍ରାଫ୍ କରାଯାଇଥିଲା।

ଦିଲ୍ ତୋ ପାଗଲ ହୈ: ପଣ୍ଡିତ ବିରଜୁ ମହାରାଜ ଏବଂ ମାଧୁରୀ ଦୀକ୍ଷିତ ଅନେକ ସିନେମାରେ ଏକାଠି କାମ କରିଛନ୍ତି। ମହାରାଜଙ୍କର ଖୁବ୍ ପ୍ରିୟ ଥିଲେ ବି ମାଧୁରୀ। ଏହି ଯୋଡ଼ି ପ୍ରଥମେ ୟଶ ଚୋପ୍ରାଙ୍କ ଫିଲ୍ମ ‘ଦିଲ୍ ତୋ ପାଗଲ୍ ହୈ’ ଜରିଆରେ ଏକାଠି ହୋଇଥିଲେ। ଶାହାରୁଖଙ୍କ ଡ୍ରମ୍‌ ତାଳେ ତାଳେ ମାଧୁରୀଙ୍କ ନାଚ ବିର୍ଜୁ ମହାରାଜଙ୍କ ଦ୍ୱାରା କୋରିଓଗ୍ରାଫି କରାଯାଇଥିଲା।

ଗଦର ଏକ ପ୍ରେମ କଥା: ବିର୍ଜୁ ମହାରାଜ ଏହି ଫିଲ୍ମର ଗୀତ ‘ଆନ୍ ମିଲୋ ସାଜନା’ଗୀତ କୋରିଓଗ୍ରାଫି କରିଥିଲେ।

ଦେବଦାସ- ପଣ୍ଡିତ ବିରଜୁ ମହାରାଜ ଓ ମାଧୁରୀ ଦିକ୍ଷୀତ ପୁଣି ଏକାଠି ସଞ୍ଜୟଲୀଲା ଭଂଶାଲୀଙ୍କ ଫିଲ୍ମ ଦେବଦାସରେ ଏକାଠି କାମ କରିଥିଲେ। ବିରଜୁ ମହାରାଜ ‘କାହେ ଛେଡ୍ ମୋହେ’ ସଂଗୀତ ରଚନା କରିବା ସହ ଏହି ଗୀତରେ ଆଳାପ ମଧ୍ୟ କରିଥିଲେ ।

ବିଶ୍ୱରୂପ- ପଣ୍ଡିତ ବିରଜୁ ମହାରାଜ ‘ମୈ ରାଧା ତୁ ଶ୍ୟାମ’ ଗୀତ କୋରିଓଗ୍ରାଫି କରିଥିଲେ। ଯେଉଁଥିରେ କି କମଲ୍‌ ହାସନ ଅଭିନୟ କରିଥିଲେ।

ଦେଡ୍‌ ଇସ୍କିୟା– ପଣ୍ଡିତ ବିରଜୁ ମହାରଜ ଓ ମାଧୁରୀ ଦିକ୍ଷୀତଙ୍କ କୋଲାବୋରେସନ୍‌ ପୁଣି ଦେଖିବାକୁ ମିଳିଥିଲା। ‘ଜଗାୱେ ସାରି ରୈନା’ରେ ମାଧୁରୀଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା।
ବାଜିରାଓ ମସ୍ତାନୀ– ସଞ୍ଜୟ ଲୀଲା ଭଂଶାଲୀ ‘ବାଜିରାଓ ମସ୍ତାନୀ’ରେ ବି ପଣ୍ଡିତ ବିରଜୁ ମହାରାଜରେ କୋରିଓଗ୍ରାଫି ଦେଖିବାକୁ ମିଳିଥିଲା । ‘ମୋହେ ରଙ୍ଗ ଦୋ ଲାଲ୍’ ସୁନ୍ଦରୀ ଦୀପିକା ପାଦୁକୋନଙ୍କୁ ଏହି ଗୀତରେ ଦେଖିବାକୁ ମିଳିଛି। ଏହି ଗୀତ ପାଇଁ ତାଙ୍କୁ ଶ୍ରେଷ୍ଠ କୋରିଓଗ୍ରାଫି ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ