ରାଜ୍ୟ ଲାଇଫ୍ ଷ୍ଟାଇଲ

ଚାଷ ଲୋଭରେ ଚାକିରି ଛାଡିଲେ, କ୍ଷେତରେ ଖେଳୁଛି ସୁନାର ଫସଲ

କାମାକ୍ଷାନଗର ୧୭/୦୧; ଚାଷ ପାଇଁ ଚାକିରି ଛାଡି ଗାଁକୁ ଆସିଲେ ଯୁବକ ଆଉ କ୍ଷେତରେ ଫଳାଇଲେ ସୁନାର ଫସଲ। ଗଛରେ ଭର୍ତ୍ତି ହୋଇଛି କୋଳି। ନାଲି ଏବଂ ସବୁଜ ରଙ୍ଗର କୋଳି। ବଡ ଜାଗାରେ ଧାଡି ହୋଇ ଲାଗିଛି କୋଳି ଗଛ। ଖାସ୍‌ ଏମିତି ଫସଲ ଫଳାଇବା ଲକ୍ଷ୍ୟ ନେଇ ରାଜ୍ୟ ବାହାରୁ ଚାକିରି ଛାଡି ଆସିଛନ୍ତି ଯୁବକ। ଢେଙ୍କାନାଳ ଗୋପପୁର ଗାଁର ଅଜିତ କୁମାର ମାହିନ୍ତ ପାଠପଢା ସାରି ବାଙ୍ଗାଲୋର ରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। କିନ୍ତୁ ୧୫ ବର୍ଷ ଚାକିରି କରିବା ପରେ ଚାକିରିରୁ ମୁହଁ ଫେରାଇ ନିଜ ମାଟିକୁ ଫେରି ଏବେ ସେ ଚାଷରେ ଲାଗିଛନ୍ତି।

ଗାଁରେ ଏକ ଆପୋଲ ବେରି ଫାର୍ମ ପ୍ରତିଷ୍ଠା କରିଛନ୍ତି ଅଜିତ। ବିଦେଶର କୋଳିକୁ ନିଜ ମାଟିରେ ଫଳାଇବା ପାଇିଁ ପ୍ରୟାଶ ଆରମ୍ଭ କରି ସେ ସେଥିରେ ସଫଳ ହୋଇଛନ୍ତି।ଗୋପପୁର ଗାଁ ନିକଟ କନ୍ଧରା ଗାଁରେ ତାଙ୍କର ଏହି ଫାର୍ମହାଉସ୍ କରି ସେଥିରେ ଥାଇଲ୍ୟାଣ୍ଡର ପଲ ବେରି କୋଳି ଫଳାଇଛନ୍ତି। ଡ୍ରାଗନ ଫ୍ରୁଟସ୍ ମଧ୍ୟ କିଛି ଜାଗାର କରିଛନ୍ତି ସେ। ଏବଂ ସେଥିରୁ ବେଶ ଦୁଇ ପଇସା ରୋଜଗାର ହେଉଥିବା ଅଜିତ କହିଛନ୍ତି।

ପ୍ରଥମେ ଫାର୍ମହାଉସ୍ ର ମାଟିକୁ ପରିକ୍ଷା କରାଇ ଥଇଲ୍ୟାଣ୍ଡରୁ ଚାରା ଆଣି ରୋପଣ କଲେ ଅଜିତ୍। ଥାଇ ରେଡ ଆପଲ ବେରି, କାଶ୍ମିର ରେଡ ଆପଲ ବେର, ଥାଇ ଗ୍ରିନ ଆପଲ ବେର, ସିଡଲେସ ରେଡ ଆପଲ ବେର ଭଳି ୪ ରୁ ୫ ପ୍ରଜାତିର କୋଳି ଆଣି ସେ ଲଗାଇଛନ୍ତି। ଅନ୍ୟ ପକ୍ଷରେ ଡ୍ରାଗନ ଫୁଡ ରେଡ, ହ୍ବାଇଟ, ପର୍ପଲ, ୟେଲୋ ଆଦି ବିଦେଶି ଫଳ ମଧ୍ୟ ଫାର୍ମହାଉସ୍ ରେ ଲଗାଇଛନ୍ତି।
ନିଜେ ଅଜିତ୍‌ ସାମଗ୍ରୀର ପ୍ରସ୍ତୁତି ପ୍ରଣାଳୀ ତଦାରଖ କରୁଥିବା ବେଳେ ଏଠାରେ ୨୦ରୁ ଅଧିକ ଲୋକ କାମ କରି ପରିବାର ପ୍ରତି ପୋଷଣ କରୁଛନ୍ତି। କରୋନା କଟକଣା ସମୟରେ କାମ ପାଇଥିବାରୁ ଏମାନେ ବେଶ ଖୁସି। ଚାଷ ପାଇଁ କଙ୍କଡ଼ାହାଡ ବ୍ଲକ ଉଦ୍ୟାନ ବିଭାଗ ତରଫରୁ ସମସ୍ତ୍ ସାହାୟତା ଯୋଗାଇ ଦିଆଯାଉଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ