କଳା ଓ ସଂସ୍କୃତି ଦେଶ ବିଦେଶ

୭୭ ବର୍ଷରେ ପାଦ ଦେଲେ ଭେଟରାନ୍‌ ଗୀତିକାର ଜାଭେଦ୍‌ ଅଖତର, ଲଭ୍‌ ଲେଟର ଲେଖକରୁ ହୋଇଥିଲେ ପ୍ରସିଦ୍ଧ ସଂଗୀତଜ୍ଞ

ନୂଆଦିଲ୍ଲୀ ୧୭।୦୧: ବଲିଉଡର ଭେଟରାନ୍‌ ପ୍ରସିଦ୍ଧ ନାମୀଦାମୀ ଗୀତିକାର ଜାଭେଦ ଅଖତର । ଜାଭେଦ ଅଖତର ହିନ୍ଦୀ ସିନେମାରେ ଅନେକ ହିଟ୍‌ପିଲ୍ମର କାହାଣୀ ସହ ଗୀତ ମଧ୍ୟ ଲେଖିଛନ୍ତି । ଆଜି ସେ ୭୭ ବର୍ଷରେ ପାଦ ରଖିଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରେ ଜନ୍ମ ନେଇଥିବା ଜାଭେଦ ଆଜି ବଲିଉଡ ଇଣ୍ଡଷ୍ଟ୍ରିରେ ଜଣେ ନାମୀଦାମୀ ଗୀତିକାର । ୧୭ ଜାନୁୟାରୀ ୧୯୪୫ରେ ଜନ୍ମ ନେଇଥିବା ଜାଭେଦ ପିଲାଦିନୁ ଲେଖାଲେଖିରେ ବହୁତ ରୁଚି ରଖିଥିଲେ । ଧିରେ ଧିରେ ବୟସ ବଢିବା ଅନୁସାରେ ଲେଖାରେ ବେଶ ପାରଙ୍ଗମ ହୋଇଥିଲେ । ସ୍କୁଲରେ ପଢିବା ସମୟରେ ଅନେକ ଲୋକ ତାଙ୍କଠାରୁ ଲଭ ଲେଟର ଲେଖୁଥିବା ନେଇ ସେ ଏକ ସାକ୍ଷାତ୍‌କାରରେ କହିଥିଲେ । ଏମିତିକି ଯେଉଁମାନଙ୍କୁ ସେ ଜାଣନ୍ତି ନାହିଁ ସେମାନଙ୍କ୍ ପାଇଁ ବି ସେ ଲଭ ଲେଟର ଲେଖୁଥିଲେ ।

ଲଭ ଲେଟର ଲେଖିବାରେ ଜାଭେଦଙ୍କର ଖୁବ୍ ଡିମାଣ୍ଡ ଥିଲା । ପ୍ରଥମେ ବଲିଉଡରେ ଏଣ୍ଟ୍ରି କରିବାକୁ ସେ ଖୁବ୍ ଷ୍ଟ୍ରଗଲ କରିଥିଲେ । ଏହାପରେ ସଲିମ ଜାଭେଦଙ୍କ ଯୋଡି ମିଶି ଆଗକୁ ବଢିବାକୁ ଚେଷ୍ଟା କରିଥିଲେ । ପାଖାପାଖି ୨୪ଟି ଫିଲ୍ମର ସ୍କ୍ରିପ୍ଟ ଲେଖିଥିଲେ ଏହି ଯୋଡି । ଏଥି ମଧ୍ୟରୁ ପ୍ରଥମ ୪ଟି ଫିଲ୍ମ ସୁପର ଫ୍ଲପ ହେବା ପରେ ବାକି ଗୁଡିକ ଦର୍ଶକଙ୍କ ମନକୁ ଛୁଇଁଥିଲା । ୭୦ଦଶକରେ ସଲିମ୍-ଜାଭେଡ୍ ଯୋଡି ସ୍କ୍ରିନ୍ ରାଇଟର୍ ଭାବରେ ମହୁତ ଲୋକପ୍ରିୟ ହୋଇଥିଲେ । ‘ଜନଜୀର’, ଦିୱାର, ‘ଶୋଲେ’ ଭଳି କ୍ଲାସିକାଲ ଫିଲ୍ମ ଦେଇଥିଲେ। ପରେ ଜାଭେଦ୍ ଅଖତର ଜଣେ ଗୀତିକାର ଭାବରେ ପ୍ରସିଦ୍ଧ ହୋଇଥିଲେ ତାଙ୍କ ଦ୍ୱାରା ‘ବର୍ଡର’, ‘ଲଗାନ୍’, ‘କାଲ୍ ହୋ ନା ହୋ’, ସୀଲସୀଲା, ‘ଯୋଧ୍ୟା ଆକବର’ର ପରି ଅନେକ ଫିଲ୍ମର ହିଟ୍ ଗୀତଗୁଡ଼ିକ ଲେଖାଯାଇଛି।

ମନୋରଞ୍ଜନ ଦୁନିଆରେ ପାଦ ଦେବା ପରେ ଫିଲ୍ମ ‘ସୀତା ଔର ଗୀତା’ ଚଳଚ୍ଚିତ୍ରରେ କାମ କରିବା ସମୟରେ ହନି ଇରନୀଙ୍କୁ ପ୍ରେମ କରି ବସିଥିଲେ ଜାଭଦେ । ଏହାପରେ ହନିଙ୍କ ସହ ସେ ସଂସାର ବି ଗଢିଥିଲେ । ହନି ପ୍ରଥମେ ଝିଅ ଜୋୟା ଓ ପରେ ପୁଅ ଫରହାନଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ ଏହାପରେ ବଲିଉଡ ଅଭିନେତ୍ରୀ ସବାନା ଆଜମୀଙ୍କ ପ୍ରେମରେ ପଡିଥିଲେ ଜାଭେଦ । ଆଉ ଶେଷରେ ହନିଙ୍କଠାରୁ ଅଲଗା ହୋଇ ସବାନା ଆଜମୀଙ୍କ ସହ ହସ ଖୁସିରେ ସଂସାର ବିତାଉଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,