ଖେଳ ଦେଶ ବିଦେଶ

କୋହଲିଙ୍କୁ ନେଇ ବିସିସିଆଇ ଜାରି କଲା ବୟାନ: ଅଧିନାୟକ ପଦ ଛାଡିବା ବିରାଟଙ୍କ ବ୍ୟକ୍ତଗତ ନିଷ୍ପତ୍ତି

ମୁମ୍ବାଇ: ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଶେଷ ହେବା ପରେ ଟିମ ଇଣ୍ଡିଆର ଅଧିନାୟକ ପଦ ଛାଡି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ବିରାଟ କୋହଲି । ତେବେ ଟିମ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକ ବିରାଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ବିସିସିଆଇ । ଆଉ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ଟୁଇଟ୍ କରି କହିଛି । ବର୍ତ୍ତମାନ ବିସିସିଆଇ ବିରାଟ କୋହଲିଙ୍କୁ ନେଇ ବିସ୍ତୃତ ବୟାନ ଜାରି କରିଛି ।

ବିସିସିଆଇ ନିଜ ବୟାନରେ କହିଛି, ବିରାଟ କୋହଲି ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଟେଷ୍ଟ କ୍ୟାପଟେନ । ଧୋନୀଙ୍କଠାରୁ ଅଧିନାୟକ ପଦ ଗ୍ରହଣ କରିବା ପରେ ୬୮ଟି ଟେଷ୍ଟ ମ୍ୟାଚରେ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । ଯେଉଁଥିରେ ସେ ୪୦ଟି ମ୍ୟାଚରେ ସେ ବିଜୟ ହାସଲ କରିଛନ୍ତି । ତାଙ୍କ ବିଜୟ ହାର ୫୮.୮୨ ପ୍ରତିଶତ ରହିଛି । ଅଧିନାୟକ ଭାବେ ସେ ଶେଷ ଥର ଶ୍ରୀଲଙ୍କାରେ ସିରିଜ ବିଜୟୀ ହୋଇଥିଲେ ।

ବିସିସିଆଇ ଆହୁରି ମଧ୍ୟ କହିଛି, ବିରାଟଙ୍କ ଅଧିନାୟକତ୍ୱରେ ଭାରତ ୨୦୧୮ରେ ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ହାସଲ କରିଥିଲା । ୱେଷ୍ଟଇଣ୍ଡିଜକୁ ହରାଇ, ଟେଷ୍ଟରେ ୧ ନମ୍ବର ସ୍ଥାନ ହାସଲ କରିଥିଲା ଟିମ ଇଣ୍ଡିଆ । ଚାମ୍ପିୟନସିପର ଫାଇନାଲରେ ମଧ୍ୟ ନିଜ ଜାଗା ପକ୍କା କରିଥିଲା ଟିମ ଇଣ୍ଡିଆ । ବିରାଟ ଭାରତରେ ୩୧ଟି ଟେଷ୍ଟ ମ୍ୟାଚରେ ଅଧିନାୟକତ୍ବ କରିଛନ୍ତି, ଯେଉଁଥିରେ ସେ ୨୪ଟିରେ ବିଜୟୀ ହୋଇଥିଲା ବେଳେ ମାତ୍ର ୨ଟି ମ୍ୟାଚରେ ପରାଜୟ ହୋଇଛନ୍ତି ।

ଗତକାଲି ସଂଧ୍ୟାରେ ଟିମ୍ ଇଣ୍ଡିଆର ଟେଷ୍ଟ୍‌ ଅଧିନାୟକ ପଦରୁ ଇସ୍ତଫା ‌ଘୋ‌ଷଣା କରି ବିରାଟ କୋହଲି ହଟଚମଟ ସୃଷ୍ଟି କରିଛନ୍ତି। ତାଙ୍କର ଏହି ଅପ୍ରତ୍ୟାଶିତ ନିଷ୍ପତ୍ତି ସମସ୍ତଙ୍କୁ ବିସ୍ମିତ କରିଛି। ଦକ୍ଷିଣ ଆଫ୍ରିକ‌ାଠାରୁ ଟେଷ୍ଟ୍ ସିରିଜ ହାରିବା ପରେ ଶନିବାର ସେ ସାମାଜିକ ଗଣମାଧ୍ୟମରେ ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି। ଏକଦିବସୀୟ ଅଧିନାୟକ ପଦରୁ ହଟାଇବା ଲାଗି ବିସିସିଆଇ ନିଷ୍ପତ୍ତିର ଗୋଟିଏ ମାସ ପରେ ‌କୋହଲି ଆଜି ଏହି ପଦକ୍ଷେପ ନେଇଛନ୍ତି। ଟି-୨୦ର ଅଧିନାୟକ ପଦରୁ ଓହରିଯିବା ଲାଗି ବିରାଟ ନିଜ ଆଡ଼ୁ ଘୋଷଣା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ