ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

PUBG ପରେ ପୁଣି ଫେରିବ TikTok ? ଭାରତୀୟ କର୍ମଚାରୀଙ୍କୁ ଦୀପାବଳି ବୋନସ୍‌ ଦେଇଛି କମ୍ପାନୀ

ନୂଆଦିଲ୍ଲୀ ୧୩/୧୧: ପବ୍‌ଜୀ, ଟିକ୍‌ଟକ୍‌ ସମେତ ଅନକେ ଚୀନ୍‌ ଆପ୍‌ ଭାରତରେ ବ୍ୟାନ୍‌ ହୋଇଛି। ପବ୍‌ଜୀ କର୍ପୋରେସନ୍‌ ଭାରତରେ ପବ୍‌ଜୀ ମୋବାଇଲ୍‌ ଇଣ୍ଡିଆ ଲଞ୍ଚ କରିବା ନେଇ ନଭେମ୍ବର ୧୨ରେ ଘୋଷଣା କରିଛି। ତେବେ ପବ୍‌ଜୀ ମୋବାଇଲ୍‌ ଭାରତକୁ ଫେରିବାକୁ ଥିବା ବେଳେ ଏବେ ଲୋକପ୍ରିୟ ଭିଡିଓ ଆପ୍‌ ‘ଟିକ୍‌ଟକ୍‌’ ଭାରତକୁ ଫେରିବାକୁ ପ୍ରଚେଷ୍ଟା ଚଳାଇଛି। ଭାରତ ସରକାରଙ୍କ ସହ କମ୍ପାନୀ ପକ୍ଷରୁ ଲଗାତର ଆଲୋଚନା କରାଯାଉଥିବା ଜଣାପଡ଼ିଛି।

ଟିକ୍‌ଟକ୍‌ ଇଣ୍ଡିଆ ହେଡ୍‌ ନିଖିଲ ଗାନ୍ଧି ଭାରତୀୟ ଟିକ୍‌ଟକ୍‌ କର୍ମଚାରୀଙ୍କୁ ଇମେଲ୍‌ କରିଛନ୍ତି। ଟିକ୍‌ଟକ୍‌ ପୁଣି ଫେରିବା ନେଇ ଇମେଲ୍‌ ମଧ୍ୟ ଭରସା ଦେଇଛନ୍ତି ନିଖିଲ। ତେବେ ବ୍ୟାନ୍‌ ପ​‌ରେ ବି ପ୍ୟାରେଣ୍ଟ କମ୍ପାନୀ ବାଇଟ୍‌ଡ୍ୟାନ୍ସ ଅଧିନରେ ଭାରତରେ ଟିକ୍‌ଟକ୍‌ ଓ ହେଲୋ ପାଇଁ ୨୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ କମ୍ପାନୀ ପକ୍ଷରୁ ଭାରତର କର୍ମଚାରୀଙ୍କୁ ବୋନସ୍‌ ମଧ୍ୟ ମିଳିଛି । ବୋନସ୍‌ ବ୍ୟତୀତ କର୍ମଚାରୀଙ୍କ ବାର୍ଷିକ କାର୍ଯ୍ୟଦକ୍ଷତା ବି ଯାଞ୍ଚ କରିଛି କମ୍ପାନୀ।

ସୂଚନାଯୋଗ୍ୟ, ପବ୍‌ଜୀ ମୋବାଇଲା ଚୀନ୍‌ କମ୍ପାନୀ ବିନା ଭାରତରେ ପ୍ରବେଶ କରିବ। କିନ୍ତୁ ଟିକ୍‌ଟକର ପ୍ୟାରେଣ୍ଟ କମ୍ପନୀ ହିଁ ଚୀନର। ତେବେ ଭାରତରେ ପୁଣି ଥରେ ପ୍ରବେଣ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇନାହିଁ। ଭାରତକୁ ଫେରିବାକୁ ହେଲେ କେଉଁ ଭାରତୀୟ କମ୍ପାନୀକୁ ନିଜର ସହଯୋଗୀ କମ୍ପାନୀ ଭାବେ ଗ୍ରହଣ କରିବ ସେନେଇ ମଧ୍ୟ ଜଣାପଡ଼ିନାହିଁ। ସେପଟେ ଭାରତକୁ ପୁଣି ଫେରିବାକୁ କମ୍ପାନୀ ସବୁ ପ୍ରକାର ନିୟମ ମାନିବାକୁ ରାଜି ଥିବା ଜଣାପଡ଼ିଛି।

ନିଖିଲ ଗାନ୍ଧି କହିଛନ୍ତି, ଭାରତ ଦ୍ବାରା ସମସ୍ତ ନିୟମ ମାନିବାକୁ କମ୍ପାନୀ ରାଜି ଅଛି। ଏହା ମଧ୍ୟରେ ଡାଟା ସୁରକ୍ଷା ଓ ଗୋପନୀୟତା ଅନ୍ତର୍ଭୁକ୍ତ ରହିଛି। କମ୍ପାନୀ ପକ୍ଷରୁ ସରକାରଙ୍କ ପାଖରେ ସମସ୍ତ ତଥ୍ୟ ଦାଖଲ କରାଯାଇଛି। ଆମେ ସମସ୍ତ କର୍ମଚାରୀଙ୍କ ସମେତ ନିଜର ୟୁଜର୍ସଙ୍କ ପାଇଁ ଡେଡିକେଟେଡ୍‌ ବୋଲି ନିଖିଲ ଗାନ୍ଧୀ କହିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ