ରାଜ୍ୟ ସ୍ୱାସ୍ଥ୍ୟ

AIIMSରେ ଘାରିଲା କରୋନା ଭୟ: OPD ବନ୍ଦ କରିବା ପାଇଁ ନିର୍ଦ୍ଦେଶ, ଜାଣନ୍ତୁ କଣ କଣ ବଦଳିଛି ନିୟମ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଘାରିଛି କରୋନା ଭୟ । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଓପିଡି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିଛି କର୍ମଚାରୀ ଏବଂ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ହେବା ପରେ ଓପିଡି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ । ଆସନ୍ତା ସୋମବାର ଠାରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ । କେବଳ ଅନଲାଇନରେ ଓପିଡି ପଞ୍ଜୀକରଣ କରିଥିବା ରୋଗୀଙ୍କୁ ଓପିଡିରେ ଚିକିତ୍ସା ପ୍ରଦାନ କରାଯିବ । ଏମ୍ସ ଭୁବନେଶ୍ୱରର ସ୍ୱାସ୍ଥ୍ୟ ଆପ୍ ଜରିଆରେ ଓପିଡି ପଞ୍ଜୀକରଣ କରିହେବ ବୋଲି ଜଣାପଡିଛି । ତେବେ ଡାୟାଲିସିସ, କ୍ୟାନ୍ସର, ପଲମୋନାର. ଆଇପିଡି ଏବଂ କରୋନା ଟିକାକରଣ ପୂର୍ବବତ ଜାରି ରହିବ ।

ସେହିପରି ଟେଲି ମେଡିସିନ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ଏମ୍ସ । ଏହି ସେବା ଜରିଆରେ କଲ କରି ମେଡିସିନ୍ ସଂକ୍ରାନ୍ତରେ ବୁଝି ହେବ । ଅନ୍ୟ ଦିନ ମାନଙ୍କରେ ୯-୫ ଏହି ସେବା ମିଳିବ ମାତ୍ର ଶନିବାର ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହେବ । ସେହିପରି ସ୍ୱାସ୍ଥ୍ୟ ଆପ୍ ଜରିଆରେ ଦିନ ୮.୩୦ରୁ ପଞ୍ଜୀକରଣ କରିହେବ । ସୋମବାରରୁ ଶୁକ୍ରବାର ଅପରାହ୍ନ ୫ଟା ଯାଏଁ ପଞ୍ଜୀକରଣ ହେଉଥିବା ବେଳେ ଶନିବାର ଦିନ ଦିନ ଗୋଟାଏ ପର୍ଯ୍ୟନ୍ତ ପଞ୍ଜୀକରଣ କରାଯିବ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ