ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବ୍ୟାପୁଛି ସଂକ୍ରମଣ, ଦୁଇ ସପ୍ତାହ ପାଇଁ ସ୍ଥଗିତ ରହିଲା ଅଫଲାଇନ ପରୀକ୍ଷା

ସମ୍ୱଲପୁର ୧୪/୦୧: ସାରା ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହାରି ଭିତରେ ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ କଠୋର କଟକଣା ଲଗାଯାଉଛି । ଏବେ ସ୍ଥିତିକୁ ନଜରରେ ରଖି ପ୍ରଶାସନ୨ ସପ୍ତାହ ପାଇଁ ସ୍ଥଗିତ ରଖିଛି ବୁର୍ଲା ଭିମସାର ଏମ.ବି.ବି.ଏସ୍ ଅଫଲାଇନ ପରୀକ୍ଷା । କରୋନାର ଦୃତ ସଂକ୍ରମଣକୁ ଦେଖି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ ।

ଆଗକୁ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଲେ ଭିମସାର ନିର୍ଦେଶକ ପ୍ରଫେସର ଲଳିତ ମେହେର । ବର୍ତ୍ତମାନ ସମୟରେ ଏମବିବିଏସ PMB-୧ ଓ PMB-୨ ପରୀକ୍ଷା ହେବାର ଥିଲା । ତେବେ ଏହାକୁ ୨ସପ୍ତାହ ପାଇଁ ସ୍ଥଗିତ ରଖିବା ସକାଶେ କୂଳପତିଙ୍କୁ ପତ୍ର ଲେଖିଥିଲେ ନିର୍ଦ୍ଦେଶକ । ଫଳରେ କୂଳପତିଙ୍କ ଅନୁମତି ପରେ ପରୀକ୍ଷା ଘୁଂଚିଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି