ଦେଶ ବିଦେଶ ମନୋରଞ୍ଜନ

ସାମନ୍ଥାଙ୍କ ଠାରୁ ଛାଡପତ୍ର ନେଇ ଖୁସି ଅଛନ୍ତି ନାଗା ଚୈତନ୍ୟ , କହିଲେ- ଏହା ଠିକ୍‌ ନିଷ୍ପତ୍ତି ଥିଲା

ନୂଆଦିଲ୍ଲୀ୧୩।୦୧ : ସାଉଥ୍ ଫିଲ୍ମ ଷ୍ଟାର୍ ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କ ଦୁହେଁ ବହୁ ଚର୍ଚ୍ଚିତ ଯୋଡି ଥିଲେ । ପ୍ରଶଂସକ ପାଇଁ ଦୁହେଁ ଖୁବ୍ ଲୋକପ୍ରିୟ ଥିଲେ । ଦୁହିଁଙ୍କ ବିବାହ ବିଚ୍ଛେଦ ବେଶ୍‌ ଚର୍ଚ୍ଚାକୁ ଆସିଥିଲା । ବର୍ତ୍ତମାନ ଏବେ ନିଜ ନିଜ କାମରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ଅଲଗା ହେବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ, କିନ୍ତୁ ଦୀର୍ଘ ସମୟ ପରେ ନାଗାଙ୍କ ପକ୍ଷରୁ ଏହି ମାମଲାରେ କିଛି ବିବୃତ୍ତି ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ନାଗା ଚୈତନ୍ୟ ତାଙ୍କର ଆଗାମୀ ଫିଲ୍ମ ‘ବଙ୍ଗାରାଜୁ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ଏକ ଇଣ୍ଟରଭ୍ୟୁ ଦେଇଛନ୍ତି। ଏହି ଇଣ୍ଟରଭ୍ୟୁରେ, ନାଗା ତାଙ୍କର ପ୍ରଫେସନାଲ୍ ଠାରୁ ଆରମ୍ଭ କରି ପର୍ସନାଲ୍ ଲାଇଫ୍ ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗରେ କଥା ହୋଇଛନ୍ତି। ସାମନ୍ଥାଙ୍କ ସହ ଛାଡପତ୍ର ବିଷୟରେ ସେ କହିଛନ୍ତି, ‘ଅଲଗା ହେବା ଠିକ୍ ହୋଇଛି। ଏହା ଉଭୟଙ୍କ ପାଇଁ ଭଲ ନିଷ୍ପତ୍ତି ଥିବା ସହ ଆମ ଦୁହିଁଙ୍କ ଖୁସି ପାଇଁ ଭଲ ହୋଇଛି। ଯଦି ସେ ଖୁସି ତେବେ ମୁଁ ବି ଖୁସି। ତେଣୁ ଏଭଳି ପରିସ୍ଥିତିରେ ଛାଡପତ୍ର ହେବା ଠିକ୍ । ନାଗାଙ୍କ ଏହି ଇଣ୍ଟରଭ୍ୟୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବିବାହର ୪ ବର୍ଷ ପରେ ଅକ୍ଟୋବର ୨ରେ ଏହି ଦମ୍ପତି ସୋସିଆଲ ମିଡିଆରେ ଅଲଗା ହେବା ନେଇ ସୂଚନା ଦେଇଥିଲେ। ସାମନ୍ଥା ବିବାହ ବିଚ୍ଛେଦକୁ ନେଇ ପୂର୍ବରୁ ମୁହଁ ଖୋଲିଥିବା ବେଳେ ନାଗା ଏହା ଉପରେ କୌଣସି ମୁହଁ ଖୋଲି ନ ଥିଲେ। ଯାହାକୁ ନେଇ ସେ ଏବେ ଖୋଲା ଖୋଲି ଭାବେ କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ