ମନୋରଞ୍ଜନ ରାଜ୍ୟ

ନାୟିକାରୁ ପ୍ରଯୋଜିକା ବନିଲେ ଝିଲିକ୍

ଭୁବନେଶ୍ୱର: ଲୋକପ୍ରିୟ ନାୟିକା ଝିଲିକ୍ ନାୟିକାରୁ ପ୍ରଯୋଜିକା ବନିଛନ୍ତି। ସେ ଏବେ ‘ରୁଦ୍ରାଣୀ’ ଶୀର୍ଷକରେ ଏକ ଓଡ଼ିଆ ଛବିର ପ୍ରଯୋଜନା କରୁଛନ୍ତି। ‘ରୁଦ୍ରାଣୀ’ ଜରିଆରେ ଝିଲିକ୍ ଭଟ୍ଟାଚାର୍ଜୀ ଫିଲ୍ମ ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଛନ୍ତି। ଏଥିରେ ତାଙ୍କୁ ଶୀର୍ଷକ ଭୂମିକାରେ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶକ ହେଲେ କେ ମୁରଲୀକ୍ରିଷ୍ଣା। ଆଗରୁ ତାଙ୍କ ନିର୍ଦ୍ଦେଶନାରେ ଝିଲିକ ଓଡ଼ିଆ ତିନିଟି ଛବିରେ କାମ କରିଛନ୍ତି। ସେଗୁଡ଼ିକ ହେଲା,‘ଜଗା ହାତରେ ପଘା’,‘ଅଗସ୍ତ୍ୟ’ ଏବଂ ‘ବେବି’। ଝିଲିକ୍ ମୋସନ୍ ପିକଚର୍ସ ବ୍ୟାନରରେ ନିର୍ମିତ ‘ରୁଦ୍ରାଣୀ’ର ସଂଳାପକାର ହେଲେ ଡକ୍ଟର ରଜନୀରଂଜନ ଓ ସଂଗୀତକାର ହେଲେ ପ୍ରେମ ଆନନ୍ଦ।

ସୂଚନାଯୋଗ୍ୟ, ୨୦୧୩ରେ ମୁକ୍ତିଲାଭ କରିଥିବା ନିରଞ୍ଜନ ରଣାଙ୍କ ଓଡ଼ିଆ ଛବି ‘ଟାର୍ଗେଟ୍‌’ରୁ ଓଲିଉଡରେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏଥି ଅମ୍ଳାନଙ୍କ ସହ ସେ ନଜର ଆସିଥିଲେ। ଏହାର ନିର୍ଦ୍ଦେଶକ ଥିଲେ ଏସ୍‌.କେ.ମୁରଲୀଧରନ୍‌। ଏହାପରେ ତାଙ୍କୁ ଓଲିଉଡରେ ଭଲ ଭଲ ଅଫର୍‌ ମିଳିବା କାରଣରୁ ସେ ବଙ୍ଗୀୟା ହୋଇ ମଧ୍ୟ ଓଡ଼ିଶାରେ ରହି ଯାଇଛନ୍ତି। ଏହା ଅବଶ୍ୟ ଭିନ୍ନ କଥା ଯେ ପରେ ଝିଲିକ୍‌ ରାଜନେତା ପ୍ରୀତିରଂଜନ ଘଡ଼େଇଙ୍କୁ ବିବାହ କରିଥିଲେ।

ଝିଲିକ୍‌ ଇତିମଧ୍ୟରେ ‘ଆଖିରେ ଆଖିରେ’, ‘ଲେଖୁ ଲେଖୁ ଲେଖି ଦେଲି’, ‘ସୁପର ମିଛୁଆ’, ‘ଲଭ୍‌ ୟୁ ହମେଶା’, ‘ଜବରଦସ୍ତ ପ୍ରେମିକ’,‘ଜଗା ହାତରେ ପଘା’,‘ଅଗସ୍ତ୍ୟ’,‘ବେବି’, ‘ତୁମକୁ ଦେଖିଲା ପରେ’ ‘‘ଦିସ ଇଜ ସବୁମାୟାରେ ବାୟା’, ‘ଓଲେ ଓଲେ ଦିଲ୍ ବୋଲେ’ ଏବଂ ‘ ତୁ ମୋ’ ହିରୋ’ ଆଦି ଓଡ଼ିଆ ଛବିରେ ଅଭିନୟ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ