ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ୍‌ ଭୟରେ ବିଷ ପିଇ ମାଆ ଓ ପୁଅ ମୃତ

ଚେନ୍ନାଇ ୧୦/୦୧; ବର୍ଷ ପରେ ବର୍ଷ ବିତିବାରେ ଲାଗିଛି, କିନ୍ତୁ କୋଭିଡ୍‌ର ଭୟ ଲୋକଙ୍କ ମନରୁ ଯେମିତି କମିବାର ନାଁ ନେଉନି। କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏବେ କରୋନା ଭୟରେ ଲୋକେ ଆତ୍ମହତ୍ୟା କରୁଥିବା ଖବର ସାମ୍ନାକୁ ଆସିଛି। ତାମିଲନାଡୁ ମଦୁରାଇର ଜଣେ ୨୩ ବର୍ଷୀୟ ମହିଳା ଏବଂ ତାଙ୍କ ୩ ବର୍ଷର ପୁଅ କୋଭିଡ୍‌ ସଂକ୍ରମଣ ଭୟର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପିରବାରର ୫ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସେଥିରୁ ୩ ଜଣ ସୁସ୍ଥ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ତାମିଲନାଡୁ ମଦୁରାଇରେ ରହୁଥିବା ଲକ୍ଷ୍ମୀ ଡିସେମ୍ବର ମାସରେ ତାଙ୍କ ସ୍ବାମୀ ନାଗରାଜଙ୍କୁ ହରାଇଥିଲେ। ନାଗରାଜଙ୍କ ମୃତ୍ୟୁ ପରେ ଲକ୍ଷ୍ମୀଙ୍କର ମାନସିକ ଅବସ୍ଥା ଠିକ୍‌ ନଥିଲା। ତେଣୁ ତାଙ୍କ ଝିଅ ଜ୍ୟୋତିକା ଆସି ତାଙ୍କ ମାଆଙ୍କ ପାଖରେ ରହୁଥିଲେ। ନିକଟରେ ସେ କୋଭିଡ ପଜିଟିଭ୍‌ ଥିବା ଜଣାପଡିଲା। ତାଙ୍କଠୁ ସଂକ୍ରମଣ ବ୍ୟାପିବା ଭୟରେ ସେ ବିଷ ପଇବା ସହ ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ବିଷ ଦେଇଥିଲେ। ଏନେଇ ପଡୋଶୀ ପୋଲିସ୍‌କୁ ଖବର ଦେବା ପରେ ପୋଲିସ ଲକ୍ଷ୍ମୀଙ୍କ ଘରକୁ ପହଞ୍ଚିଥିଲା। ପୋଲିସ୍‌ ପରିବାରର ୫ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଥିଲା। ହସ୍ପିଟାଲରେ ପହଞ୍ଚିବା ବେଳକୁ ଜ୍ୟୋତିକା ଏବଂ ତାଙ୍କ ୩ବର୍ଷର ପୁଅ ପ୍ରାଣ ହରାଇ ସାରିଥିବା ବେଳେ ଅନ୍ୟ ୩ ସଦସ୍ୟ ସୁସ୍ଥ ଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି।

କୋଭିଡ୍‌ ସଂକ୍ରଣମ ବ୍ୟାପିକା ଭୟରେ ପରିବାର ଲୋକେ ଏଭଳି ନିଷ୍ପତ୍ତି ନେଇଥିବା ପୋଲିସ୍‌ କହିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଡାକ୍ତରଙ୍କ ପକ୍ଷରୁ କେହି ଭୟଭୀତ ହୋଇ ଏଭଳି ପଦକ୍ଷେପ ନନେବାକୁ ପରାମର୍ଶ ଦିଆଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ