ମୁମ୍ବାଇ ୧୦/୧: ସେ ହେଉଛନ୍ତି ବଲିଉଡ୍ ର କ୍ରିସ୍। ଆଉ ସେ ତାଙ୍କ ଡ୍ୟାନ୍ସିଂ ଅନ୍ଦାଜ ପାଇଁ ବଲିଉଡରେ ଧୁମ୍ ମଚେଇଛନ୍ତି। ସବୁ ଚରିତ୍ରରେ ସେ ପୂରା ପରଫେକ୍ଟ। ସେ ହେଉଛନ୍ତି ବଲିଉଡ୍ ର ହ୍ୟାଣ୍ଡସମ୍ ହଙ୍କ୍ ତଥା ବଲିଉଡ୍ ଡ୍ୟାନ୍ସିଂ ଷ୍ଟାର ହ୍ରିତିକ୍ ରୋଶନ। ନିଜ ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ଏକ ଖାସ୍ ସ୍ଥାନ ସୃଷ୍ଟି କରିପାରିଛନ୍ତି। ଆଜି ତାଙ୍କ ଜନ୍ମ ଦିନ। ହ୍ରିତିକ୍ ଆଜି ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି।
ଏହି ଦିନଟି ହ୍ରିତିକଙ୍କ ପାଇଁ ଅନ୍ୟ ସବୁ ଜନ୍ମ ଦିନ ଅପେକ୍ଷା ଟିକେ ଅଧିକ ଖାସ୍। କାହିଁକିନା ଏହି ଦିନ ତାଙ୍କ ଜୀବନରେ ଏକ ନୂଆ ମେମ୍ବରଙ୍କ ଏଣ୍ଟ୍ରି ହୋଇଛି।
କଥା କଣକି ହ୍ରିତିକ ନିଜ ଜନ୍ମ ଦିନରେ ନିଜକୁ ଏକ ଉପହାର ଦେଇଛନ୍ତି। ଯେଉଁଥିପାଇଁ କି ସେ ବେଶ୍ ଖୁସି ଅଛନ୍ତି। ହ୍ରିତିକ୍ ଏକ ଭିଡିଓ ସେୟାର କରି ତାଙ୍କର ସେ ଖୁସି ବିଷୟରେ ସୂଚନା ଦେଇଛନ୍ତି।
ଏହା ସହ ସେ ତାଙ୍କ ନୂଆ ସଦସ୍ୟଙ୍କ ପରିଚୟ ବି କରାଇଛନ୍ତି। ଭିଡିଓରେ ଆପଣ ଦେଖି ପାରୁଥିବେ ମୋଗଲୀ ନାମକ ଏହି ବ୍ୟକ୍ତି ଜଣକ ଆଉ କେହି ନୁହ୍ଁନ୍ତି ବରଂ ତାଙ୍କ ପପି। ଭିଡିଓର ଆରମ୍ଭରୁ ହ୍ରିତିକ ଓ ମୋଗଲିଙ୍କୁ ଏକାଠି ଦେଖିବାକୁ ମିଳିଛି। ଭିଡିଓରେ ହ୍ରିତିକ୍ କହୁଛନ୍ତି ହେଲୋ, ହାଏ ହାଏ… ସେ ସମୟରେ ପପି ଜିମରେ ଚଟାଣ ଉପରେ ଶୋଇଥିବା ଦେଖିବାକୁ ମିଳିଛି। ପରେ ପପି ହ୍ରିତିକ ରୋଶନଠୁ ଦୂରକୁ ଯାଉଥିବା ଦେଖି ହ୍ରିତିକ୍ କହୁଛନ୍ତି ଆପଣ କୁଆଡେ ଯାଉଛନ୍ତି?
ହ୍ରିତିକ୍ ଏହି ଭିଡିଓ ସେୟାର କରି ଲେଖିଛନ୍ତି , ‘ହେଲୋ ୱାର୍ଲ୍ଡ… ମୁଁ ମୋଗଲୀ। କଥା କଣ କି ମୋ ମାଲିକ ମୋତେ ଏଠାକୁ ଆଣିଛନ୍ତି। ସେ ମୋତେ କାର୍ ତଳୁ ପାଇଛନ୍ତି। ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି। ଆପଣଙ୍କ ସହ ସବୁବେଳେ ଦେଖା ହେବ।‘ ହ୍ରିକଙ୍କର ଏହି ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ହ୍ରିତିକ୍ ଜଣେ ଦରଦୀ ମଣିଷ। ମା’ ପିଙ୍କି ରୋଶନ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି।
ଏକ ପୋଷ୍ଟ କରି ଲେଖିଛନ୍ତି, ଆଜି ଦିନରେ ଜଣେ ଷ୍ଟାର ଜନ୍ମ ନେଇଛନ୍ତି। ଯିଏ ଅନ୍ୟକୁ ଜୀବନ ଦେବାକୁ ଓ ସାହାଯ୍ୟ କରିବାକୁ ଜନ୍ମ ନେଇଛନ୍ତି। ସେ ସବୁବେଳେ ଅନ୍ୟମାନଙ୍କ ପାଇଁ ବଞ୍ଚନ୍ତି। ତାଙ୍କ ଭଳି ଦରଦୀ ମଣିଷ ଅନେକ ଲୋକଙ୍କ ପାଇଁ ପ୍ରେରଣା। ଯେଉଁଥିପାଇଁ କୋଟି କୋଟି ଫ୍ୟାନ୍ ତାଙ୍କୁ ଚାହାନ୍ତି ଓ ଭଲ ପାଇବା ଦିଅନ୍ତି।

