ଦେଶ ବିଦେଶ ପର୍ଯ୍ୟଟନ

ବ୍ରାଜିଲ୍‌ ଜଳପ୍ରପାତରୁ ବାହାରି ଥିବା ହ୍ରଦରେ ଥିବା ୨ଟି ବୋଟ୍‌ରେ ପଡ଼ିଲା ପ୍ରକାଣ୍ଡ ପଥରଖଣ୍ଡ; ୭ ମୃତ, ୯ ଆହତ

ନୂଆଦିଲ୍ଲୀ: ଶନିବାର ଦିନ ବ୍ରାଜିଲ୍‌ ଅନ୍ତର୍ଗତ ସୁଲ୍‌ ମିନାସ୍‌ ଜଳପ୍ରପାତରୁ ବାହରି ଥିବା ହ୍ରଦରେ ଦୁଇଟି ମୋଟର୍‌ ବୋଟ୍‌ ଉପରେ ପର୍ବତରୁ ପ୍ରକାଣ୍ଡ ପଥରଖଣ୍ଡ ଧସି ପଡ଼ିବାରୁ ଅନ୍ୟୂନ ୭ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ୯ଜଣ ଆହତ ହୋଇଛନ୍ତି।

ମିନାସ୍‌ ଜେରାଇସ୍‌ ପ୍ରଦେଶରେ ଥିବା ଜନପ୍ରିୟ ପର୍ଯ୍ୟଟନସ୍ଥଳୀ କ୍ୟାପିଟଲୀୟ କେନିୟୋନ୍‌ସ୍‌ରେ ଉପରୋକ୍ତ ଦୁର୍ଘଟଣା ଘଟିଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଏ ଘଟଣାର ଭିଡିଓରେ ଦେଖାଯାଉଛି ଯେ, ପର୍ବତ ଖାଇରୁ ମୀନାର ଭଳି ଖଣ୍ଡେ ପ୍ରକାଣ୍ଡ ପଥର ଧସି ଦୁଇଟି ବୋଟ୍‌ ଉପରେ ପଡ଼ି ହ୍ରଦରେ ବଡ଼ ବଡ଼ ଲହଡ଼ି ଖେଳାଉଛି।

ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ବୁଝି ‘ରଏଟର୍ସ’ ଲେଖିଛି, ନିଖୋଜମାନଙ୍କ ମଧ୍ୟରୁ ‌କେତେଜଣଙ୍କୁ ଟେଲିଫୋନ୍‌ ମାଧ୍ୟରେ ଠାବ କରାଯାଇଥିବା ବେଳେ ୩ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି।

ଆହତମାନଙ୍କୁ ସେ ଅଞ୍ଚଳରେ ଥିବା ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି। ଅନେକଙ୍କର ହାଡ଼ ଭାଙ୍ଗିଯାଇଛି। ଜଣେ ବ୍ୟକ୍ତିଙ୍କର ମୁଣ୍ଡ ଓ ମୁହଁରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କର ଅବସ୍ଥା ସାଙ୍ଘାତିକ ହୋଇପଡ଼ିଛି। ସାମାନ୍ୟ ଆହତ ହୋଇଥିବା ଅନ୍ୟୂନ ୨୩ଜଣ ଚିକିତ୍ସାଧୀନ ଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ ଗଣମାଧ୍ୟମକୁ କହିଛନ୍ତି।

ବ୍ରାଜିଲ୍‌ ନୌସେନା କହିଛି, ଦୁର୍ଘଟଣାର ପରିସ୍ଥିତି ଜାଣିବା ଲାଗି ତଦନ୍ତ କରାଯିବ। ୨ ସପ୍ତାହ ହେବ ସେ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା। ସେଥିଯୋଗୁଁ ପାହାଡ଼ର ପଥର ଖଣ୍ଡ ଢିଲା ହୋଇଯାଇଥାଇ ପାରେ ବୋଲି କୁହାଯାଉଛି।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ