ଦେଶ ବିଦେଶ ମନୋରଞ୍ଜନ

ହସ୍ପିଟାଲରେ ଭର୍ତ୍ତି ହେଲେ ବାହୁବଳୀର ‘କଟପ୍ପା’, କରୋନାରେ ହୋଇଥିଲେ ଆକ୍ରାନ୍ତ

ନୂଆଦିଲ୍ଲୀ ୦୯।୦୧: ସାଉଥ ଫିଲ୍ମ ବାହୁବଳୀ ଫେମ୍‌ ତଥା ‘କଟପ୍ପା’ ଅଭିନେତା ସତ୍ୟରାଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବେ ସେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଫିଲ୍ମର ସବୁ ଇଣ୍ଡଷ୍ଟ୍ରିର ବଡ ବଡ ସେଲେବ୍ରିଟିମାନେ ମଧ୍ୟ ସଂକ୍ରମିତ ହୋଇଥିବା ନେଇ ଖବର ପ୍ରତିଦିନ ସାମ୍ନାକୁ ଆସୁଛି। ଗତ କିଛି ଦିନ ତଳେ ବାହୁବଳୀ ଫେମ୍‌ ଅଭିନେତା ସତ୍ୟରାଜ ମଧ୍ୟ କରୋନା ପଜିଟିଭ ହୋଇଥିଲେ। ପରେ ସେ ନିଜକୁ ହୋମ୍‌ ଆଇସୋଲେଟ କରି ରଖିଥିଲେ। ହେଲେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କିଭଳି ରହିଛି, ସେ ନେଇ ହସ୍ପିଟାଲ ପକ୍ଷରୁ ଏଯାଏଁ କୌଣସି ରିପୋର୍ଟ ଦିଆଯାଇ ନାହିଁ। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ସତ୍ୟରାଜଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ