ଦେଶ ବିଦେଶ ପର୍ଯ୍ୟଟନ

ବରଫପାତ ପାଇଁ ଗାଡିରେ ଫସିଗଲେ ଶହ ଶହ ପର୍ଯ୍ୟଟକ, ୨୧ ମୃତ

ଲାହୋର, ୦୯/୦୧: ପାକିସ୍ତାନର ଇସ୍‌ଲାମାବାଦ, ପାକିସ୍ତାନରେ ଭୀଷଣ ବରଫପାତ ବିଗତ ୨୦ ବର୍ଷର ରେକର୍ଡ ଭାଙ୍ଗିଛି । ଏହାଯୋଗୁ ରିସର୍ଟ ସହର ମୁରିରେ ଶନିବାର ଏକ ବଡ଼ ଅଘଟଣ ଘଟିଛି । ଗାଡ଼ି ମଧ୍ୟରେ ଫସିଯାଇ ପ୍ରାୟ ୨୧ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଏହାପରେ ଏଠାରେ ସରକାରଙ୍କ ପକ୍ଷରୁ ଜରୁରି ପରିସ୍ଥିତି ଘୋଷଣା କରାଯାଇଛି ।

ମୁରି ସହର ପାକିସ୍ତାନର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ । ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି । କରୋନା ସତ୍ତେ୍ୱ ଏଥର ମଧ୍ୟ ଭିଡ଼ ଦେଖିବାକୁ ମିଳିଛି । ଶନିବାର ମୁରିରେ ତାପମାତ୍ରା ହଠାତ୍‌ ଶୂନ ତଳକୁ ଖସିବା ପରେ ଭୀଷଣ ବରଫପାତ ହୋଇଥିଲା । ଏହି ସମୟରେ ରାସ୍ତା ବନ୍ଦ ହୋଇଯିବାରୁ ଗାଡ଼ିଗୁଡ଼ିକ ଫସିରହିଥିଲା । ଗାଡ଼ି ମଧ୍ୟରେ ଫସିଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୯ ଜଣ ଛୋଟ ପିଲା ଥିବା ଜଣାପଡ଼ିଛି । ଏବେ ବି ୧,୦୦୦ରୁ ଅଧିକ ଗାଡ଼ି ସେଠାରେ ଫସିରହିଛି ।

ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଘଟଣାକୁ ନେଇ ଶୋକବ୍ୟକ୍ତ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।ବରଫପାତ ଅଞ୍ଚଳରେ ଗାଡ଼ି ମଧ୍ୟରେ ଫସିଥିବା ପର୍ଯ୍ୟଟକଙ୍କ ଉଦ୍ଧାର ପାଇଁ ପାକ୍‌ ସେନାକୁ ନିୟୋଜିତ କରାଯାଇଛି । ପୁଲିସ ମଧ୍ୟ ଲୋକଙ୍କୁ ଉଦ୍ଧାର କରୁଛି । ହିଲ୍‌ ଷ୍ଟେସନ୍‌ରେ ଅନେକ ଗାଡ଼ି ଏବେ ବି ଫସିରହିଛି । ଭୀଷଣ ବରଫପାତ ଯୋଗୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି । ସ୍ଥାନୀୟ ଲୋକମାନେ ପର୍ଯ୍ୟଟକଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଉଥିବା ପାକ୍‌ ଗୃହ ମନ୍ତ୍ରୀ ଶେଖ୍‌ ରଶିଦ ଅହମ୍ମଦ କହିଛନ୍ତି । ତାଙ୍କ ମୁତାବକ ଖାଦ୍ୟ ଓ କମ୍ବଳ ଧରି ଯାଉଥିବା ଗାଡ଼ିଗୁଡ଼ିକୁ ଏବେ ମୁରି ମଧ୍ୟକୁ ଯିବା ପାଇଁ ଅନୁମତି ଦିଆଯାଉଛି ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ