ରାଜ୍ୟ ସ୍ୱାସ୍ଥ୍ୟ

ବର୍ଷକର ଶିଶୁ ପୁତ୍ର ସହ ମହିଳା ଉଦ୍ଧାର, ଅସହାୟ ଅବସ୍ଥାରେ ବୁଲୁଥିଲେ ଏଣେତେଣେ

ଜଳେଶ୍ବର ୯।୧: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁଙ୍ଗମୁହଁ ଗ୍ରାମରୁ ଅଜଣା ଅସହାୟ ମହିଳା ସହିତ ବର୍ଷକର ଶିଶୁ ପୁତ୍ରକୁ ଉଦ୍ଧାର କଲା ବାଲିଆପାଳ ଚାଇଲ୍ଡ ଲାଇନ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଧୀନସ୍ଥ ବାଲିଆପାଳ, ସିମୁଳିଆ ମାର୍କେଟ, ଦେଉଳା, ସୁଙ୍ଗମୁହଁ ଅଞ୍ଚଳରେ ଏକ ଅସହାୟ ମହିଳା କୁନି ପୁଅକୁ ଧରି ଅତି ଦୟନୀୟ ଅବସ୍ଥାରେ ଏଣେ ତେଣେ ଘୁରି ବୁଲୁଥିଲେ । ଥଣ୍ଡା କାକରରେ ପିଲାଟି ଗୁରୁତର ହୋଇପଡିଥିଲା । ଏହା ଦେଖି ସ୍ଥାନୀୟ ଲୋକମାନେ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ ।

ଖବର ପାଇ ଚାଇଲ୍ଡ ଲାଇନ ଜିଲ୍ଲା ଚାଇଲ୍ଡ ଲାଇନର ମୁଖ୍ୟ ପ୍ରଶାନ୍ତ ରାଉତ ଏବଂ ତାଙ୍କ ସହଯୋଗୀ ଅସହାୟ ମା’ ସହିତ ବର୍ଷକର ଶିଶୁ ପୁତ୍ରକୁ ଉଦ୍ଧାର କରି ୱାନଷ୍ଟପ ସେଣ୍ଟରରେ ଥଇଥାନ କରାଇଛନ୍ତି । ତେବେ ଶିଶୁ ପୁତ୍ରର ପରିଚୟ ଜଣାପଡିଥିବା ବେଳେ, ମହିଳା ଜଣଙ୍କର କୌଣସି ପରିଚୟ ମିଳିପାରିନାହିଁ । ତାଙ୍କ କାର୍ଯ୍ୟକଳାପରୁ ସେ ଜଣେ ମାନସିକ ଭିନ୍ନକ୍ଷମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ