ଖେଳ ଦେଶ ବିଦେଶ

ଫିଟ୍ ଅଛନ୍ତି ବିରାଟ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବେ ତୃତୀୟ ଟେଷ୍ଟ୍

କେପ୍‌ ଟାଉନ୍‌,୦୮/୦୧: ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆସନ୍ତା ୧୧ ତାରିଖରୁ ସିରିଜ ନିର୍ଣ୍ଣାୟକ ତୃତୀୟ ଟେଷ୍ଟ ଆରମ୍ଭ ହେବ । ପିଠି ଆହତ ସମସ୍ୟା ପାଇଁ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଥିବା ଅଧିନାୟକ ବିରାଟ କୋହଲି ଏହି ମ୍ୟାଚ୍‌ ଖେଳିବେ । ସେ ଫିଟ୍‌ ଥିବା ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ ସ୍ପଷ୍ଟ କରି ଦେଇଛନ୍ତି । କୋହଲି ଦଳକୁ ଫେରିଲେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ହନୁମା ବିହାରୀ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।

ଦ୍ରାବିଡ଼ କହିଛନ୍ତି, କୋହଲି ଏବେ ସୁସ୍ଥ ଅଛନ୍ତି । ସେ ତୃତୀୟ ଟେଷ୍ଟ ଖେଳିବାକୁ ଫିଟ ହୋଇ ସାରିଛନ୍ତି ।’ ସଦ୍ୟଶେଷ ଦ୍ୱିତୀୟ ଟେଷ୍ଟରେ କୋହଲିଙ୍କ ସ୍ଥାନରେ ହନୁମାଙ୍କୁ ସୁଯୋଗ ମିଳିଥିଲା ।

କୋହଲି ଫେରିବା ପରେ ହନୁମା ବାଦ ପଡ଼ିବେ । ନିଜେ ଦ୍ରାବିଡ଼ ପରୋକ୍ଷରେ ଏବିଷୟ ସ୍ପଷ୍ଟ କରି ସାରିଛନ୍ତି । ଦ୍ରାବିଡ଼ କହିଛନ୍ତି, ଅଭିଜ୍ଞ ଖେଳାଳି ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଦଳରେ ଥିବା ପର୍ଯ୍ୟନ୍ତ ହନୁମା ଓ ଶ୍ରେୟାର ଆୟରଙ୍କୁ ନିୟମିତ ସୁଯୋଗ ପାଇଁ ଅପେକ୍ଷା କରିବାକୁ ପଡ଼ିବ ।’ ଦ୍ୱିତୀୟ ଟେଷ୍ଟରେ ପୂଜାରା ଓ ରାହାଣେ ଦ୍ୱିତୀୟ ଇନିଂସ୍‌ରେ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମକୁ ଫେରିଥିଲେ । ଘରୋଇ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ୭ ୱିକେଟ୍‌ରେ ଭାରତକୁ ହରାଇ ୧-୧ରେ ସିରିଜ ବରାବର କରିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ