ମୁମ୍ବାଇ ୦୭/୦୧: ସାଉଥ୍ ଷ୍ଟାର୍ ରାମ ଚରଣଙ୍କ ଫ୍ୟାନ୍ ଫଲୋଇଂ ବିଷୟରେ ସମସ୍ତେ ଜାଣନ୍ତି । ଅଭିନେତା ପ୍ରାୟତଃ କୁହନ୍ତି ତାଙ୍କ ପ୍ରଶଂସକଙ୍କ ଠାରୁ ସେ ଯେଉଁଭଳି ଭାବରେ ଭଲପାଇବା ପାଆନ୍ତି, ତାହା ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ପ୍ରଶଂସକଙ୍କ ଯେଉଁଭଳି ଭଲପାଇବା ଅନ୍ୟ କାହାର ହୋଇପାରିବ ନାହିଁ। ନିକଟରରେ ରାମ ଚରଣ ତାଙ୍କର ଆଗାମୀ ଫିଲ୍ମ RRR ର ପ୍ରମୋସନ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କର ଟିକିଏ ଝଲକ ଦେଖିବାକୁ ବହୁ ସଂଖ୍ୟାରେ ପ୍ରଶଂସକ ଏକତ୍ରିତ ହୋଇଥିଲେ।
ମୁମ୍ବାଇରେ ରାମ ଚରଣଙ୍କୁ ଦେଖି ଜଣେ ଯୁବତୀ ଭୋ-ଭୋ ହୋଇ କାନ୍ଦିବାକୁ ଲାଗିଲେ ଏବଂ ଏହା ପ୍ରଶଂସକଙ୍କ ପାଇଁ ଖୁସିର ଲୁହ ଥିଲା। ଅଭିନେତା ତାଙ୍କୁ ଭେଟିଲେ ଏବଂ ତାଙ୍କ ସହ ଫଟୋ ମଧ୍ୟ କ୍ଲିକ୍ କଲେ। ଏହି ସମୟରେ ଆଉ ଜଣେ ପ୍ରଶଂସକ ଆସିଥିଲେ ଯିଏକି ତାଙ୍କ ହାତରେ RRR ର ଅଲୁରି ସୀତାରାମ ରାଜୁଙ୍କ ଲୁକକୁ ଟାଟୁ କରିଥିଲେ। ଅଭିନେତାଙ୍କ ପାଇଁ ତାଙ୍କ ପ୍ରଶଂସକଙ୍କ ପ୍ରେମର କୌଣସି ସୀମା ନାହିଁ। ରାମ ଚରଣ ନିଜେ ତାଙ୍କ ପ୍ରଶଂସକଙ୍କୁ ବହୁତ ଗୁରୁତ୍ୱ ଦିଅନ୍ତି। କପିଲ ଶର୍ମାଙ୍କ ଶୋ’ରେ ଆଲିଆ ଏହା କହିଛନ୍ତି ଯେ ସୁପରଷ୍ଟାର ପ୍ରଶଂସକଙ୍କ ସହ ଫେସ୍ ଟୁ ଫେସ୍ ଦେଖା କରନ୍ତି ଏବଂ କଥାବାର୍ତ୍ତା ମଧ୍ୟ କରନ୍ତି। ତେଣୁ ଲୋକମାନେ ଚରଣଙ୍କୁ ବହୁତ ପସନ୍ଦ କରନ୍ତି।

