ରାଜ୍ୟ ସ୍ୱାସ୍ଥ୍ୟ

ହୁ ହୁ ହୋଇ ବଢିଚାଲିଛି କରୋନା, ଆଜି ରାଜ୍ୟରେ ୧୨୦୦ ଟପିଲା ପଜିଟିଭଙ୍କ ସଂଖ୍ୟା

ଭୁବନେଶ୍ୱର: ହୁ ହୁ ହୋଇ ରାଜ୍ୟରେ ବଢିଚାଲିଛି କରୋନା | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ତେବେ ସପ୍ତାହକ ତଳର ସ୍ଥିତିକୁ ଦେଖିଲେ ଆଜି ପାଖାପାଖି ୧୦ ଗୁଣ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ସୁନ୍ଦରଗଡ(୧୬୬), ଷ୍ଟେଟ ପୁଲ(୧୧୦), ସମ୍ୱଲପୁର(୯୯), କଟକ(୮୦) ଜଣ ଆକ୍ରାନ୍ତ ରହିଛନ୍ତି |

ଚିହ୍ନଟ ହୋଇଥିବା ୧୨୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୧୮୭ ଜଣ ଥିବାବେଳେ ୭୧୦ ଜଣ ସଙ୍ଗରୋଧରୁ ଓ ୫୦୬ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ତେବେ ୯ ଦିନର କରୋନା ଗ୍ରାଫ ଉପରେ ନଜର ପକାଇଲେ ଦିନକୁ ଦିନ କରୋନା ବଢ଼ୁଥିବାର ଦେଖିବାକୁ ମିଳିଛି | ଗତ ୨୪ ଘଣ୍ଟାରେ ୫୩୬ ବଢିଛି |

ଗତକାଲି ୬୮୦ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜାନୁଆରୀ ୩ ରେ ୪୨୪, ଜାନୁଆରୀ ୨ରେ ୪୨୪, ଜାନୁଆରୀ ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧, ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ