ଖେଳ ଦେଶ ବିଦେଶ

ଜୋହାନେସ୍‌ବର୍ଗ ଟେଷ୍ଟ : ପୂଜାରା-ରାହାଣେଙ୍କ ଶତକୀୟ ଭାଗିଦାରୀ ସତ୍ତ୍ବେ ପୁଣି ବିଫଳ ହେଲା ଭାରତୀୟ ମଧ୍ୟକ୍ରମ

ଜୋହାନେସ୍‌ବର୍ଗ : ଜୋହାନେସ୍‌ବର୍ଗର ଓ୍ବାଣ୍ଡରର୍ସ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତୀୟ ଦଳ ନିଜର ୨ୟ ଇନିଂସ ବ୍ୟାଟିଂ ଜାରି ରଖିଛି । ସର୍ବଶେଷ ସୂଚନା ଅନୁସାରେ ଭାରତ ୬ ଓ୍ବିକେଟ ହରାଇ ୧୮୮ ରନ କରିଛି ଓ ଆଫ୍ରିକା ଠାରୁ ୧୬୧ ରନରେ ଆଗୁଆ ରହିଛି ।

ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଶତକୀୟ ଭାଗିଦାରୀ ପରେ ପୁଣି ଥରେ ଭାରତୀୟ ବ୍ୟାଟିଂ ଭୁଶୁଡ଼ିବା ଆରମ୍ଭ କରିଛି । ପୂଜାରା ୫୩ ଓ ରାହାଣେ ୫୮ ରନ କରି ଆଉଟ ହେବା ପରେ ଭାରତୀୟ ମଧ୍ୟକ୍ରମ ପୁଣି ଥରେ ବିଫଳ ହେବା ପରି ଲାଗୁଛି । ଋଷଭ ପନ୍ତ ଖାତା ଖୋଲିବା ପୂର୍ବରୁ ରାବାଡ଼ାଙ୍କ ଶିକାର ହୋଇଥିବାବେଳେ ରବିଚନ୍ଦ୍ରନ ଅଶ୍ବିନ ମାତ୍ର ୧୬ ରନ କରି ଲୁଙ୍ଗି ଗିଡିଙ୍କ ଶିକାର ହୋଇଥିଲେ । ଏବେ କ୍ରିଜରେ ହନୁମା ବିହାରି ଓ ଶାର୍ଦ୍ଦୁଲ ଠାକୁର ଅଛନ୍ତି ।

ଗତକାଲି ଦକ୍ଷିଣ ଆଫ୍ରିକା ୨୨୯ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କିଗାନ ପିଟରସନ ସର୍ବାଧିକ ୬୨ ରନ କରି ଆଉଟ ହୋଇଥିବାବେଳେ ବାଭୁମା ୫୧ ରନ କରିଥିଲେ । ଭାରତର ଶାର୍ଦ୍ଦୁଲ ଠାକୁରଙ୍କ ଘାତକ ବୋଲିଂ କରି ମାତ୍ର ୬୧ ରନ ଦେଇ ଦକ୍ଷିଣ ଆଫ୍ରିକାର ୭ଟି ଓ୍ବିକେଟ ନେଇଥିଲେ । ଭାରତ ନିଜର ପ୍ରଥମ ଇଂନିସରେ ମାତ୍ର ୨୦୨ ରନରେ ଅଲଆଉଟ୍ ହୋଇଯାଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ