ନୂଆଦିଲ୍ଲୀ ୦୫/୦୧: କରୋନାକୁ ମାତ୍ ଦେବାକୁ ସାରା ଦେଶରେ ଟିକାକରଣ ଜାରି ରହିଛି । ବିଭିନ୍ନ ସ୍ଥାନରେ ବୁଷ୍ଟର ଡୋଜ୍ ଦେବାର ବ୍ୟବସ୍ଥା ମଧ୍ୟ କରାଗଲାଣି । ଏପରିକି କିଶୋରଙ୍କୁ ମଧ୍ୟ ଟିକାକରଣ ଆରମ୍ଭ ହୋଇଗଲାଣି । ଏହାରି ଭିତରେ ଲୋକଙ୍କ ପାଇଁ ଆଉ ଏକ ଆଶ୍ୱସ୍ତିକରଣ ଖବର ସାମ୍ନାକୁ ଆସିଛି । ଯେ, ଏଣିକି ନାକରେ ନେଇହେବ କରୋନା ଟିକା । କୋଭିଡ ଭ୍ୟାକ୍ସିନର ଟ୍ରାଏଲକୁ ଅନୁମତି ମିଳିଛି ।
ନାଜାଲ କୋଭିଡ ଭ୍ୟାକ୍ସିନ ବୁଷ୍ଟର ଡୋଜକୁ ଟ୍ରାଏଲ ଅନୁମତି ମିଳିଛି । ଭାରତ ବାୟୋଟେକ୍କୁ ସବଜେକ୍ଟ ଏକ୍ସପର୍ଟ କମିଟି ପ୍ରଦାନ କରିଛି ଅନୁମତି । ତେବେ ଏହା ୫ ହଜାର ଲୋକଙ୍କ ଉପରେ କରାଯିବ ପରୀକ୍ଷଣ । ବିଶେଷ କରି ଟିକାର ଦୁଇଟି ଡୋଜ ନେଇଥିବା ବ୍ୟକ୍ତିଙ୍କଠାରେ କରାଯିବ ପରୀକ୍ଷଣ । ଏମିତିକି କୋଭିସିଲଡ ନେଇଥିବା ଅଢ଼େଇ ହଜାର ଲୋକଙ୍କ ସହ କୋଭାକ୍ସିନ୍ ନେଇଥିବା ଅଢ଼େଇ ହଜାର ଲୋକଙ୍କ ଉପରେ ମଧ୍ୟ ପରୀକ୍ଷଣ କରାଯିବ ।