ମନୋରଞ୍ଜନ ରାଜ୍ୟ

ଆସୁଛି ‘ଉଦଣ୍ଡୀ ସୀତା’, ଦମ୍‌ଦାର ରୋଲ୍‌ରେ ନଜର ଆସିବେ ଦେବଯାନୀ

ଭୁବନେଶ୍ୱର ୦୫।୦୧: ପୁଣି ପରଦାକୁ ଫେରୁଛନ୍ତି ଦେବଯାନୀ । ‘ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ’ । ଏ ଗୀତ ସବୁବେଳେ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଯେତେବେଳେ ଯେଉଁଠି ଏ ଗୀତ ବାଜିଛି ଦର୍ଶକ ୧୯୯୨ ମସିହାକୁ ଫେରିଛନ୍ତି ଆଉ ଖୋଜିଛନ୍ତି ଉଦଣ୍ଡୀ ସୀତାକୁ । ଆଜି ଠିକ୍‌ ୩୦ ବର୍ଷ ପରେ ସେମିତି ସେହି ଶୀର୍ଷକକୁ ନେଇ ନିର୍ମାଣ ହେଉଛି ଆଉ ଏକ ଓଡ଼ିଆ ସିନେମା । ଯାହାର ଫାଷ୍ଟଲୁକ୍‌ ନିକଟରେ ରିଲିଜ୍‌ ହୋଇଛି ।

ଅଶ୍ୱିନୀ ତ୍ରିପାଠୀ ଫିଲ୍ମସ୍‌ ବ୍ୟାନରରେ ଆଇଡଲ୍‌ ଓଡ଼ିଶା ସହଯୋଗରେ ସିନେମାଟି ପ୍ରସ୍ତୁତ ହେଉଛି । ଯାହାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଅଭିନେତ୍ରୀ ଦେବଯାନୀ । ଯିଏ ଅତୀତରେ ଦର୍ଶକଙ୍କୁ ଅନେକ ଓଡ଼ିଆ ସିନେମା ଭେଟି ଦେଇଛନ୍ତି । ଏବେ କିନ୍ତୁ ଦର୍ଶକ ତାଙ୍କୁ ସମ୍ପୂର୍ଣ୍ଣ ନୂଆ ରୂପରେ ଦେଖିବେ ଏହି ସିନେମାରେ । ଏହାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ସାଙ୍ଗକୁ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ମ୍ୟୁଜିକ୍‌ ଭିଡିଓ ଦୁନିଆର ସୁପର୍‌ଷ୍ଟାର୍‌ ଅଶ୍ୱିନୀ ତ୍ରିପାଠୀ । ସଂଳାପ ଡ. ରଜନୀରଞ୍ଜନ ଲେଖିଥିଲା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଲୋକପ୍ରିୟ ସଙ୍ଗୀତକାର ଜାପାନୀ । ଡିଓପିରେ ଅକ୍ଷୟ କୁମାର ନାୟକ, ସମ୍ପାଦନାରେ ମାନସ କୁମାର ସାହୁ, ବିଜିଏମ୍‌ରେ ନବ୍ସ ଓ ସରୋଜ ଏବଂ କଲରିଷ୍ଟ ଭାବେ ବିଶ୍ୱଜିତ ସ୍ୱାଇଁ ସହାୟତା କରୁଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ