ଦେଶ ବିଦେଶ ସ୍ୱାସ୍ଥ୍ୟ

ଏକ ନୂତନ ରହସ୍ୟମୟୀ ରୋଗ? ଯାହା ଯୁବବର୍ଗଙ୍କୁ କରୁଛି ମାନସିକ ବିକଳାଙ୍ଗ! ଚେତାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଜଣେ କାନାଡିଆନ୍ ହ୍ୱିସଲବ୍ଲୋୟର୍ ଦାବି କରିଛନ୍ତି ଯେ, ହାଭାନା ସିଣ୍ଡ୍ରୋମ୍ ଓ ସୁଡାନରେ ଦେଖାଯାଇଥିବା ରହସ୍ୟମୟୀ ରୋଗ ପରେ ଏବେ ନ୍ୟୁ ବ୍ରେନ୍ସବିକ ଠାରେ ଆଉ ଏକ ରହସ୍ୟମୟୀ ରୋଗ ସାମନାକୁ ଆସିଛି । ଭିଟାଲିଟ୍ ସ୍ୱାସ୍ଥ୍ୟ ନେଟୱର୍କର ଜଣେ କର୍ମଚାରୀ ଖୁଲାସା କରିଛନ୍ତି ଯେ, ଏହି ରୋଗ ବଢ଼ୁଥିବା ଯୁବବର୍ଗଙ୍କ ସଂଖ୍ୟାକୁ ଟାର୍ଗେଟ କରୁଛି । ଏଥିରେ ପ୍ରଭାବିତ ହୋଇଥିବା ଲୋକ ମାନେ ନିଜର ଭାବିବା ଓ ବିଚାର କରିବାର ଶକ୍ତିକୁ ଦ୍ରୁତ ଗତିରେ ହରାଇ ବସନ୍ତି ।

ଏହି ରୋଗ ସମ୍ପର୍କରେ ପ୍ରଥମେ ୨୦୨୧ ରେ କରାଯାଇଥିଲା । ଆଉ ସେବେଠାରୁ ଏପର୍ଯ୍ୟନ୍ତ ଏହି ରୋଗର ୪୮ଟି ମାମଲା ସାମନାକୁ ଆସିଛି । ଏସବୁକୁ ଯାଞ୍ଚ ଏବେ ଜାରି ରହିଛି । ତେବେ ପ୍ରାଥମିକ ଯାଞ୍ଚ ଅନୁସାରେ ଏହି ରୋଗ ଖାସ୍ କରି ଯୁବବର୍ଗଙ୍କୁ ଅଧିକ ପ୍ରଭାବିତ କରୁଛି । ଏହାର କିଛି ଲକ୍ଷଣ ହେଉଛି ଓଜନ ହ୍ରାସ ହେବା, ଅନିଦ୍ରା, ମତିଭ୍ରମ, ଭାବିବା ବା ବିଚାର କରିବାର ଶକ୍ତି ହରାଇବା ଇତ୍ୟାଦି । ତେବେ ଏହା ଦ୍ରୁତ ଗତିରେ ବିକଶିତ ହେବାରେ ଲାଗିଛି ।

ଅନ୍ୟପଟେ କିଛି ବିଶେଷଜ୍ଞ କହିଛନ୍ତି ଯେ, ଏହି ରୋଗ ହେବାର କାରଣ ହେଲା ବାତାବରଣ । ଜଣେ ବ୍ୟକ୍ତି ଯିଏକି ଏହି ରୋଗ ଦ୍ୱାରା ପୀଡ଼ିତ ଅଛନ୍ତି ତାଙ୍କ ଠାରେ ପାଗଳ ଓ ମତିଭ୍ରମ ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା । ଏହା ସହିତ ଉକ୍ତ ବ୍ୟକ୍ତିଙ୍କ ପତ୍ନୀ, ଯିଏକି ତାଙ୍କ ଦେଖାଶୁଣା କରୁଥିଲେ ତାଙ୍କର ମଧ୍ୟ ଅଜବ ଲକ୍ଷଣ ଦେଖିବାକୁ ମିଳିଥିଲା । ପ୍ରଥମେ ପ୍ରଥମେ ନିଦ ନଆସିବା, ମାଂସପେଶୀରେ ଥକ୍କାପଣ ଅନୁଭୂତ ହେବା, ମତିଭ୍ରମ ଭଳି ସମସ୍ୟା ଉକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କ ଠାରେ ମଧ୍ୟ ଦେଖିବାକୁ ମିଳିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ