ଧର୍ମ ରାଜ୍ୟ

ନୂଆବର୍ଷରେ ଆଜିଠୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ, କଡ଼ାକଡ଼ି ହେବ କଟକଣା

ପୁରୀ : ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବା ପରେ ଆଜିଠୁ ପୁଣି ଦର୍ଶନ ସୁଯୋଗ ପାଇବେ ଭକ୍ତ। ତେଣୁ ଚାତକ ଭଳି ଚାହିଁ ରହିଥିବା ଭକ୍ତମାନଙ୍କ ଦର୍ଶନ ପୂର୍ବରୁ ଶ୍ରୀମନ୍ଦିରକୁ ବିଶୋଧନ କରାଯାଇଛି। ଅଗ୍ନିଶମ ବିଭାଗର ଦୁଇଟି ବୈଷୟିକ ଦଳ ଶ୍ରୀମନ୍ଦିର ପାର୍ଶ୍ବ ବିଶୋଧନ କରିଛନ୍ତି। ଦମକଳ ବାହିନୀ ସହାୟତାରେ ଶ୍ରୀମନ୍ଦିର ସମ୍ମୁଖ ଭାଗ ସ୍ବତନ୍ତ୍ର ବ୍ୟାରିକେଡ୍‌, କିଓସ୍କୋ ଅଞ୍ଚଳ, ଜୋତା ଷ୍ଟାଣ୍ଡ, ଚାରିଦ୍ବାରକୁ ସାନିଟାଇଜ୍‌ କରାଯାଇଛି। ହ୍ୟାଣ୍ଡ ମେସିନ୍‌ ସାହାଯ୍ୟରେ ବାଇଶି ପାହଚ, କୀର୍ତ୍ତନ ଚକଡ଼ା, ସ୍ନାନବେଦି, ଆନନ୍ଦ ବଜାର ଭଳି ଗହଳି ହେଉଥିବା ଅଞ୍ଚଳକୁ ସାନିଟାଇଜ୍‌ କରାଯାଇଛି।

ଏଣେ ପର୍ଯ୍ୟଟକ ଆସି ବିଭିନ୍ନ ହୋଟେଲ୍‌ରେ ରହୁଥିବା ବେଳେ ଆସନ୍ତାକାଲି ଅଧିକ ଭିଡ଼ ଆଶଙ୍କା ଯୋଗୁ ବ୍ୟାରିକେଡ୍‌କୁ ମରିଚିକୋଟ ଛକ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ଓମିକ୍ରନ୍‌କୁ ଦୃଷ୍ଟିରେ ରଖି କଟକଣା ବଢ଼ାଇ ଦିଆଯାଇଛି। କୋଭିଡ୍‌ ଟେଷ୍ଟ ପ୍ରମାଣପତ୍ର, ଡବଲ୍‌ ଡୋଜ୍‌ ଟିକାକରଣ ପ୍ରମାଣପତ୍ର ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ସୂଚନା ଦିଆଯାଇଛି। ସାମାଜିକ ଦୂରତା, ମାସ୍କ, ସାନିଟାଇଜର୍‌ ବ୍ୟବହାରକୁ ଗୁରୁତ୍ବ ଦିଆଯିବ। ପରିବର୍ତ୍ତିତ ମାର୍ଗଦର୍ଶିକା ଅନୁସରଣ ପାଇଁ ପୁଲିସ ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ସର୍ବସାଧାରଣ ଦର୍ଶନ ପାଇଁ ସିଂହଦ୍ବାର ଏବଂ ପୁରୀବାସୀଙ୍କ ଦର୍ଶନ ପାଇଁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶର ସୁବିଧା ମିଳିବାକୁ ଥିବାରୁ ଏହି ଦୁଇ ଦ୍ୱାରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ ରହୁଥିବାରୁ ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି। ସେହିପରି ଗହଳି ନିୟନ୍ତ୍ରଣ ପାଇଁ ନୀତିକାନ୍ତିକୁ କିଭଳି ଶୃଙ୍ଖଳିତ କରାଯିବ ପାଳିଆ ସେବକଙ୍କ ସହ ଆଲୋଚନା ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ