ଖେଳ ରାଜ୍ୟ

ହାଡ଼ିବନ୍ଧୁ-ସତ୍ୟବାଦୀ ସ୍ମାରକୀ କ୍ରିକେଟ୍‌: ଜେଏମ୍‌ଡି ବିଜେତା

ଭୁବନେଶ୍ବର: ଜେଏମ୍‌ଡି ଦଳ ୧୩ତମ ହାଡ଼ିବନ୍ଧୁ-ସତ୍ୟବାଦୀ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ଟ୍ରଫି ବିଜେତା ହୋଇଛି। ସ୍ଥାନୀୟ ସୁନ୍ଦରପଦା କପିଳପ୍ରସାଦ ସାକ୍ସ ଖେଳ ପଡ଼ିଆରେ ରବିବାରର ଫାଇନାଲ୍‌ରେ ଏହି ଭୁବନେଶ୍ବର ଦଳ ୬ ୱିକେଟ୍‌ରେ ବ୍ଲୁ ମୁନ୍‌କୁ ପରାସ୍ତ କରିଥିଲା।

କୃଷ୍ଣ ଚୌଧୁରୀଙ୍କ ୨୮ ବଲ୍‌ ୪୧ ରନ୍‌ ବଳରେ ବ୍ଲୁ ମୁନ୍‌ ୧୨୯ ରନ୍‌ କରିଥିଲା। ପ୍ରତିପକ୍ଷର ଆଶିଷ ପ୍ରଧାନ ୨୩ ରନ୍‌ ବିନିମୟରେ ୪ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଜେଏମ୍‌ଡି ୪ ୱିକେଟ୍ ହରାଇ ୧୩୦ ରନ୍‌ର ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ବିକି ଡିଗଲ ସର୍ବାଧିକ ୪୩ ରନ୍‌ କରିଥିଲେ। ବ୍ଲୁ ମୁନ୍‌ର ଜ୍ୟୋତିରଂଜନ ଧଳାଇ ୨ ୱିକେଟ୍ ଅକ୍ତିଆର କରିଥିଲେ। ଆଶିଷ ପ୍ରଧାନ ଫାଇନାଲର ଶ୍ରେଷ୍ଠ ଏବଂ ବିକି ଡିଗଲ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ