ପର୍ଯ୍ୟଟନ ରାଜ୍ୟ

ନୂଆବର୍ଷରେ ପୁରୀରେ ଭିଡ଼: ସମୁଦ୍ରକୂଳରେ ପହିଲି ସୂର୍ଯ୍ୟକିରଣକୁ ସ୍ୱାଗତ କଲେ ପର୍ଯ୍ୟଟକ ଓ ସହରବାସୀ

ପୁରୀ: ନୂଆବର୍ଷରେ ପୁରୀରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ଯଦିଓ ଶ୍ରୀମନ୍ଦିର ବନ୍ଦ ରହିଛି, ତଥାପି ନୂଆ ବର୍ଷର ପ୍ରଥମ ଦିନର ପହିଲି ସୂର୍ଯ୍ୟକିରଣକୁ ସ୍ୱାଗତ କରିବାକୁ ପୁରୀ ସମୁଦ୍ରକୂଳରେ ଭିଡ଼ ଦେଖିବାକୁ ମିଳିଛି। ବର୍ଷର ପ୍ରଥମ ଦିନରେ ସମୁଦ୍ର କୂଳରେ ନୂଆ ସୂର୍ଯ୍ୟର ଉଦୟର ମନୋରମ ଦୃଶ୍ୟକୁ ପୁରୀ ଉପଭୋଗ କରିବାକୁ ପର୍ଯ୍ୟଟକ ଓ ପୁରୀବାସୀଙ୍କ ଭିଡ଼ ହୋଇଛି। ଉଦୟ ସୂର୍ଯ୍ୟର ଅରୁଣିମା ସାଗର ଦେହରେ ପ୍ରତିବିମ୍ବ ସୃଷ୍ଟି କରି ମନୋରମ ଦୃଶ୍ୟ ସୃଷ୍ଟି କରିଥାଏ । ଏହାକୁ ଉପଭୋଗ କରିବାକୁ ପୁରୀ ବେଳାଭୂମିରେ ଜମିଥିଲା ଲୋକଙ୍କ ଭିଡ଼ ।
ନୂଆବର୍ଷରେ ନୂଆ ସୂର୍ଯ୍ୟକୁ ସ୍ୱାଗତ କରିବାକୁ ପୁରୀରେ ସମୁଦ୍ର ବେଳାଭୂମିରେ ଲୋକେ ବହୁ ଆଗରୁ ଅପେକ୍ଷା କରି ରହିଥିଲେ। ଉଦିତ ସୂର୍ଯ୍ୟକୁ ଦର୍ଶନ ଆଗରୁ ସମୁଦ୍ରରେ ସ୍ନାନ କରି ଆଗୁଆ ପ୍ରସ୍ତୁତ ହୋଇ ରହିଥିଲେ ସମସ୍ତେ। ଆଉ ଏହାକୁ ଦର୍ଶନ କରି ବେଶ୍ ଉତ୍ସାହିତ ହୋଇଛନ୍ତି। ନୂଆ ବର୍ଷରେ ନୂଆ ସୂଯ୍ୟକୁ ଦର୍ଶନ ସହ ନୂଆ ସଂକଳ୍ପ ନେଇଛନ୍ତି ସଭିଏଁ। ତେବେ ଏଥର କରୋନା କଟକଣା କାରଣରୁ ଏହି ଭିଡ଼ ଅନ୍ୟ ବର୍ଷ ତୁଳନାରେ ଟିକେ କମ୍ ରହିଛି। କିନ୍ତୁ ନୂଆବର୍ଷରେ ମହୋଦଧୀରେ ସମୁଦ୍ର ସ୍ନାନ ଏବଂ ସୂର୍ଯ୍ୟଙ୍କୁ ପ୍ରଣାମ କରିବାର ଆକର୍ଷଣ କିନ୍ତୁ କମ୍ ହୋଇନାହିଁ।

ଏଣେ ନୂଆବର୍ଷ ଭିଡ଼ରେ କୋଭିଡ୍‌ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଡିସେମ୍ବର ୩୧ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖିଛି। ଏହି ତିନିଦିନ ଭକ୍ତମାନେ ଶ୍ରୀମନ୍ଦିର ପ୍ରବେଶ କରିବାରେ କଟକଣା ଲଗାଯାଇଛି। କେବଳ ନୀତି ସଂପୃକ୍ତ ସେବକ, ଜେଟିପି, ଅଧିକାରୀମାନେ ଶ୍ରୀମନ୍ଦିର ଯାଇପାରିବେ। ଜାନୁଆରି ୩ରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବା ସହ ମହାପ୍ରଭୁଙ୍କ ଦର୍ଶନ ସ୍ବାଭାବିକ ହେବ। ଏ ନେଇ ଏସ୍‌ଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ