ଦେଶ ବିଦେଶ ସ୍ୱାସ୍ଥ୍ୟ

ମହାରାଷ୍ଟ୍ରର ୧୦ ମନ୍ତ୍ରୀ ଓ ୨୦ରୁ ଊର୍ଦ୍ଧ୍ବ ବିଧାୟକ କୋଭିଡ୍‌-୧୯ ପଜିଟିଭ୍‌

ନାଶିକ: ମହାରାଷ୍ଟ୍ରର ପ୍ରାୟ ୧୦ଜଣ ମନ୍ତ୍ରୀ ଏବଂ ୨୦ରୁ ଊର୍ଦ୍ଧ୍ବ ବିଧାୟକ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା କଥା ଅଜି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱର୍‌ କହିଛନ୍ତି।

ସେ କହିଛନ୍ତି, ନିକଟରେ ଆମେ ବିଧାନସଭା ଅଧିବେଶନ କାଣ୍ଟଛାଣ୍ଟ କଲୁ। ଏଯାବତ୍‌, ୧୦ରୁ ଅଧିକ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ କରୋନାଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତେ ନୂଆବର୍ଷ ପାଳନ, ଜନ୍ମଦିନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆଗ୍ରହୀ। ମନେରଖନ୍ତୁ ଯେ, ନୂଆ ଭେରିଏଣ୍ଟ୍‌ (ଓମିକ୍ରନ୍) ଦ୍ରୁତ ବେଗରେ ବିସ୍ତାର ଲାଭ କରୁଛି। ସୁତରାଂ, ସତର୍କତା ଆବଶ୍ୟକ।

ଭାରତର ସବୁଠୁ ଅଧିକ କୋଭିଡ୍-୧୯ ଆକ୍ରାନ୍ତ ଥିବା ରାଜ୍ୟ ମହାରାଷ୍ଟ୍ରରେ ୮,୦୬୭ ନୂଆ ସଂକ୍ରମଣ ରେକର୍ଡ ହେବାର ଦିନକ ପରେ ଉପମୁଖ୍ୟମନ୍ତ୍ରୀ ଉପରୋକ୍ତ ସୂଚନା ଦେଇଛନ୍ତି। ଗୁରୁବାର ତୁଳନାରେ ଗତକାଲିର ସଂକ୍ରମଣ ସଂଖ୍ୟା ୨,୬୯୯ ଅଧିକ।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦେଶରେ ସର୍ବାଧିକ। ସମ୍ପ୍ରତି ମହାରାଷ୍ଟ୍ରରେ ୪୫୪, ଦିଲ୍ଲୀରେ ୩୫୧, ତାମିଲନାଡୁରେ ୧୧୮, ଗୁଜରାଟରେ ୧୧୫ ଏବଂ କେରଳରେ ୧୦୯ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ପ୍ରତି ମହାରାଷ୍ଟ୍ର ରାଜ୍ୟରେ ସକ୍ରିୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୫୦୯ ଥିବା ରିପୋର୍ଟ ମିଳିଛି।

ପାୱର୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ରାଜ୍ୟରେ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲେ ତେବେ, ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ସରକାର ଅଧିକ କଟକଣା ଲାଗୁ କରି ପାରନ୍ତି।

ରାଜ୍ୟର ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ମଧ୍ୟ ପୂର୍ବାନୁମାନ କରି କହିଛନ୍ତି ଯେ, ଜାନୁଆରି ତୃତୀୟ ସପ୍ତାହ ସୁଦ୍ଧା ମହାରାଷ୍ଟ୍ରରେ ସମୁଦାୟ ସକ୍ରିୟ ଆକ୍ରନ୍ତଙ୍କ ସଂଖ୍ୟା ୨ ଲକ୍ଷ ହୋଇପାରେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ