ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଭାରତକୁ ପୁଣି ଫେରିବ PUBG, ୟୁଜରଙ୍କ ପାଇଁ ରହିଛି ଖାସ୍‌ ଫିଚର

ନୂଆଦିଲ୍ଳୀ ୧୨/୧୧: ଭାରତ ଫେରିବାକୁ ଯାଉଛି ଲୋକପ୍ରିୟ ଗେମିଂ ଆପ୍‌ PUBG । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତକୁ ପବଜୀ ମୋବାଇଲ୍‌ ଗେମ୍‌ ଫେରିବା ନେଇ ସାଉଥ୍‌ କୋରିଆ କମ୍ପାନୀ ପବଜୀ କର୍ପୋରେସନ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ ନୂଆ ଫିଚର ସହ ଗେମ୍‌ ଲଞ୍ଚ ହେବାକୁ ଥିବା ବେଳେ ଏଥର କୌଣସି ଚୀନ ଆପ୍‌ ପାର୍ଟନର ନଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ପବଜୀ କର୍ପୋରେସନ୍‌ ଅନୁସାରେ ଭାରତରେ ପବଜୀ ମୋବାଇଲ ଇଣ୍ଡିଆ ଲଞ୍ଚ ହେବ। ଏଥିରେ ବିଶେଷ ଭାବେ ୟୁଜରଙ୍କ ଡାଟା ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ। ଏହା ସହ ଭାରତରେ ବଡ଼ ନିବେଶ କରିବାକୁ କମ୍ପାନୀ ଯୋଜନା କରୁଥିବା ଜଣାପଡ଼ିଛି।

ପ୍ଳେୟର୍ସ ଅନ୍‌ନୋନ୍‌ ବ୍ୟାଟେଲଗ୍ରାଉଣ୍ଡ(ପବ୍‌ଜୀ)ର ନିର୍ମାତା ପବଜୀ କର୍ପୋରେସନ୍‌ର ପ୍ୟାରେଣ୍ଟ ସାଉଥ୍‌ କୋରିଆ କମ୍ପାନୀ କ୍ରାଫ୍ଟନ। ତେବେ କମ୍ପାନୀ ପକ୍ଷରୁ ପବ୍‌ଜୀ ମୋବାଇଲ୍‌ ଇଣ୍ଡିଆ ଲଞ୍ଚ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ ଭାରତୀୟ ୟୁଜରଙ୍କ ପାଇଁ ବିଶେଷ ଫିଚର ଦିଆଯିବ। ତେବେ ଏହାର ଲୋକପ୍ରିୟତାକୁ କାଏମ ରଖିବା ପାଇଁ ଭାରତରେ ଗୋଟିଏ ପାର୍ଟନର କମ୍ପାନୀ ରଖିବ କ୍ରାଫ୍ଟନ। ତେବେ କ୍ରାଫ୍ଟନ ଭାରତରେ ୧୦୦ ମିଲିୟନ୍‌ ଡଲାର ନିବେଶ କରିବ। ସାଉଥ୍‌ କୋରିଆ କମ୍ପାନୀ ଦ୍ବାରା ଭାରତରେ ଏହା ସବୁଠୁ ବଡ଼ ନିବେଶ ବୋଲି କମ୍ପାନୀ ଦାବି କରିଛି।

ଯଦିଓ କେବେ ଏହି ଆପ୍‌ ଲଞ୍ଚ କରିବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ତଥାପି ଏନେଇ ଖୁବଶୀଘ୍ର ଜଣାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ଭାରତରେ ପବଜୀ କମ୍ପାନୀ ପକ୍ଷରୁ ବିଭିନ୍ନ ସ୍ଥାନରେ କାର୍ଯ୍ୟାଳୟ ଖୋଲିବାକୁ ଥିବା ବେଳେ କମ୍ପାନୀ ପ୍ରଥମେ ୧୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ ବୋଲି ଜଣାପଡ଼ିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ