
ମେଷ: ପରିବାରର ସମସ୍ତଙ୍କ ସହ ଆପଣଙ୍କର ଭଲ ତାଳମେଳ ରହିବ। ଜମି କିଣିବାର ସୁଯୋଗ ଆସିବ। କୌଣସି କାମରେ ଅଧିକ ପରିଶ୍ରମ କରିବେ।

ବୃଷ: ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ। ଘର ପାଇଁ ଆବଶ୍ୟକ ସାମଗ୍ରୀ କିଣିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ।

ମିଥୁନ: ଅଫିସରେ କିଛି ନୂଆ ଶିଖିବାର ଅବସର ପାଇବେ। ସୁସମ୍ବାଦ ପାଇବେ। ଘରେ ସୁଖ ସମୃଦ୍ଧି ବଜାୟ ରହିବ। ଛାତ୍ରଙ୍କର ଲେଖାପଢ଼ା ପ୍ରତି ରୁଚି ବଢ଼ିବ।

କର୍କଟ: କାର୍ଯ୍ୟକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ। କାରବାରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ସିଂହ: ବ୍ୟବସାୟରେ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଇଂଜିନିୟରଙ୍କୁ ଭଲ ଚାକିରି ମିଳିପାରେ। ବୈବାହିକ ଜୀବନରେ ସ୍ଥିରତା ବଜାୟ ରହିବ।

କନ୍ୟା: ନିରାପଦ ଭବିଷ୍ୟତ ପାଇଁ ଚିନ୍ତା କରିବେ। ବାପା ମାଆଙ୍କ ସାହାଯ୍ୟରେ କାମ ପୂରା ହେବ। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ଉପହାର ପାଇବେ।

ତୁଳା: ମନ ସକାରାତ୍ମକ ରହିବ। ନୂଆ ଲୋକଙ୍କ ସହ ମିଶିବାର ଅବସର ପାଇବେ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।

ବିଛା: ଦିନଟି ଆପଣଙ୍କ ଲାଗି ଉତ୍ସାହପୂର୍ଣ୍ଣ ରହିବ। ଅଫିସରେ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିପାରବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି କିଛି ଉପହାର ଦେବେ।

ଧନୁ: କାମ ନେଇ ମନରେ ଭିନ୍ନ ଭିନ୍ନ ବିଚାର ଆସିପାରେ। ବ୍ୟବସାୟ ବୃଦ୍ଧି ପାଇଁ ଲୋକମାନଙ୍କ ସାହାଯ୍ୟ ପାଇବେ। ବେକାରଙ୍କୁ ରୋଜଗାରର ଅବସର ମିଳିବ।

ମକର: ଭାଗ୍ୟ ବଦଳାଇବା ପାଇଁ ଭଲ ସୁଯୋଗ ପାଇବେ। କୌଣସି କଥାକୁ ନେଇ ମନରେ ଉତ୍ସାହ ବଜାୟ ରହିବ। ପେସାଦାର ବ୍ୟବସାୟଙ୍କ ଲାଗି ଦିନଟି ଲାଭପ୍ରଦ।

କୁମ୍ଭ: ଧର୍ମକାର୍ଯ୍ୟରେ ମନ ଲାଗିବ। ସକାରାତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ମାଧ୍ୟମରେ ଲାଭ ପାଇବେ।

ମୀନ: ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ। ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ।