ଦେଶ ବିଦେଶ ସ୍ୱାସ୍ଥ୍ୟ

ଏହି ଲକ୍ଷଣ ଥିବା ଲୋକଙ୍କୁ ମାଡ଼ିବସୁଛି ଓମିକ୍ରନ, ଜାଣନ୍ତୁ ରକ୍ଷା ପାଇବାର ଉପାୟ

ନୂଆଦିଲ୍ଲୀ: କରୋନା ପରେ ଏବେ ଏହାର ନୂଆ ଭାରିଆଣ୍ଟ ଓମିକ୍ରନ ଲୋକଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି । ଦିନକୁ ଦିନ ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି । ପ୍ରତି ଘରେ ଥଣ୍ଡା, ଦେହ ଖରାପ, କାଶ ଆଦିରେ ଲୋକମାନେ ପୀଡ଼ିତ ହେଉଛନ୍ତି । ଏହି ସବୁ ରୋଗର କାରଣ ହେଉଛି ଦୁର୍ବଳ ଇମ୍ୟୁନିଟି । ଇମ୍ୟୁନିଟି ଦୁର୍ବଳ ହେବାରୁ ମଣିଷ ଅନେକ ରୋଗର ଶିକାର ହୁଅନ୍ତି । ତେବେ ଦୁର୍ବଳ ଇମ୍ୟୁନିଟିକୁ ଚିହ୍ନଟ କରିବେ କିପରି? ଆସନ୍ତୁ ଜାଣିବା ଏହାର ଲକ୍ଷଣ…

ଥଣ୍ଡା ଓ କାଶ
ଇମ୍ୟୁନିଟି କମ୍ ହେବାର ସବୁଠାରୁ ବଡ଼ ଲକ୍ଷଣ ହେଉଛି ଥଣ୍ଡା କିମ୍ବା କାଶ । କାରଣ ଦୁର୍ବଳ ଇମ୍ୟୁନିଟି ଏହି ରୋଗ ବିରୋଧରେ ଲଢ଼ିବାକୁ ସକ୍ଷମ ନୁହଁନ୍ତି ।

ପେଟ ଜନିତ ସମସ୍ୟା
ଇମ୍ୟୁନିଟି କମ୍ ହେଲେ ପେଟ ସହ ଜଡ଼ିତ ସମସ୍ୟା ଆରମ୍ଭ ହୋଇଥାଏ । ଯେଉଁଥିରେ ପେଟ ଯନ୍ତ୍ରଣା, ଡାଇରିଆ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

ଇମ୍ୟୁନିଟି କମ୍ କାରଣରୁ ଶରୀରରେ ଥକ୍କା ଲାଗିଥାଏ । କାହିଁକି ନା, ଦୁର୍ବଳ ଇମ୍ୟୁନିଟି ଅନେକଥର ସୁସ୍ଥ ରକ୍ତ କଣିକାକୁ ନଷ୍ଟ କରିଦିଏ । ରକ୍ତ ଅଭାବରୁ ମୁଣ୍ଡବିନ୍ଧା, ଥକାପଣ, ନିଶ୍ୱାସ ନେବାରେ କଷ୍ଟ ଭଳି ସମସ୍ୟା ସୃଷ୍ଟି ହୁଏ ।

ଇମ୍ୟୁନିଟି ବଢ଼ାଇବାକୁ ଉପାୟ:

– ହାତର ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ ।
– ତାଜା ଫଳ ଓ ସବୁଜ ପନିପରିବା ଖାଆନ୍ତୁ ।
– ପ୍ରତିଦିନ ଜୁସ୍ ପିଅନ୍ତୁ ।
– ପ୍ରତିଦିନ ବ୍ୟାୟାମ କରନ୍ତୁ ।
– ଡିପ୍ରେସନରେ ରୁହନ୍ତୁ ନାହିଁ ।
– ଠିକ୍ ସମୟରେ ଶୁଅନ୍ତୁ ।
– ଅସୁସ୍ଥ ଲୋକଙ୍କଠାରୁ ଦୂରେଇ ରୁହନ୍ତୁ । ଏହା ସହ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ପରି ସୁରକ୍ଷା ଉପାୟ ଆପଣାନ୍ତୁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ